ଭୁବନେଶ୍ଵର,୨/୪: ପବିତ୍ର ଉତ୍କଳ ଦିବସରେ ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ ଏବଂ ପବିତ୍ର ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ ” ସଂଗୀତ ଲୋକାର୍ପିତ ହୋଇଯାଇଛି। ଓଡିଶାର ଆଗ ଧାଡିର ୧୦ ଜଣ କଣ୍ଠ ଶିଳ୍ପୀ ଗାଇଛନ୍ତି ।
ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଶ୍ଵ ଓଡ଼ିଆ ଡକ୍ଟର ସୁରେନ୍ଦ୍ର ନାଥ ମହାପାତ୍ର, ବିଶ୍ୱ ଓଡିଆ ମହାସଂଘର ସଭାପତି ଚୈତନ୍ୟ ପାଇକ, ଓଡିଶା କଳାକାର ମହାସଂଘ ସଭାପତି ଶୁଭଶ୍ରୀ ଦାଶ, ସମାଜ ସେବିକା ତଥା ନିର୍ଦ୍ଦେଶିକା ଆ ଇ ଏସ୍ ଡି ଓ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ ଉପସ୍ଥିତ ଥିଲେ। ଓଡିଶାର ମାଟି, ପାଣି, ପବନ, ଗୌରବମୟ ଇତିହାସ, ଉନ୍ନତ କଳା ସଂସ୍କୃତି ଓ ଭାଷା ପାଇଁ ଓଡିଶା ବିଶ୍ୱ ଦରବାରରେ ପ୍ରଶଂସିତ ହୋଇଛି। ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦ୍ଦେଶନାର ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ ” ଓଡିଶାର ଆଗ ଧାଡିର ୧୦ ଜଣ କଂଠଶିଳ୍ପୀ ଗାଇଛନ୍ତି । ବିଶ୍ୱର ୪୦ଟି ଦେଶରେ ଏ ଗୀତର ଭିଡିଓ ରିଲିଜ୍ ହେବାକୁ ଯାଉଛି ।