ଉତ୍ତରପ୍ରଦେଶ,୧୯/୫ : ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ବିଜୟ କାଶ୍ୟପଙ୍କ ୫୨ ବର୍ଷରେ କରୋନାରେ ପରଲୋକ । ମୁଜାଫରନଗର ଚରଥାଭାଲ ବିଧାନସଭା ଆସନରୁ ବିଜେପି ବିଧାୟକ ଥିଲେ ବିଜୟ କାଶ୍ୟପ । କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ବିଜୟ ହେଉଛନ୍ତି ପଞ୍ଚମ ବିଧାୟକ ଯିଏ କି ଉତ୍ତରପ୍ରଦେଶରେ କରୋନା ଠାରୁ ଜୀବନ ହରାଇଥିବା ନେତା । କୋଭିଡ ୨ୟ ଲହରରେ କରୋନା ସହ ସଂଘର୍ଷ କରୁଥିବା ବେଳେ ଜୀବନ ଯୁଦ୍ଧରେ ହାରିଛନ୍ତି ବିଜୟ ।
ବିଜୟ କାଶ୍ୟପଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, “ଉତ୍ତରପ୍ରଦେଶ ସରକାରରେ ବିଜେପି ନେତା ତଥା ମନ୍ତ୍ରୀ ବିଜୟ କାଶ୍ୟପ ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ସେ ଦେଶର ଜଣେ ନେତା ଥିଲେ ଏବଂ ସର୍ବଦା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ଥିଲେ । ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ମୋର ସମବେଦନା ତାଙ୍କ ପରିବାର, ପରିଜନ ତଥା ପ୍ରଶଂସକଙ୍କ ପ୍ରତି ରହିଛି ।