ମୁଜାଫରପୁର, ୫/୧୦ : ଉତ୍ତରପ୍ରଦେଶର ହାଥରସରେ ଘଟି ଯାଇଥିବା ଜଘନ୍ୟ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ହୋହଲାଇ ରଖି ଦେଇଥିବା ବେଳେ ସେଇ ଉତ୍ତରପ୍ରଦେଶର ମୁଜାଫରପୁର ଅଞ୍ଚଳରେ ଗତକାଲି (ରବିବାର) ରାତିରେ ଘଟିଯାଇଛି ଆଉ ଏକ ନାରକୀୟ ଦୁଷ୍କର୍ମ ଘଟଣା।
ରବିବାର ରାତିରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ କାମୁକ ବ୍ୟକ୍ତି ବନ୍ଧୁକ ମୁନରେ ଜଣେ ମହିଳାଙ୍କୁ ଭୟଭୀତ କରାଇ ତାଙ୍କୁ ଦୁଷ୍କର୍ମ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ପୁଲିସ୍ ନିକଟରେ ପୀଡ଼ିତା ମହିଳା ଜଣକ ଆଗତ କରିଥିବା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଯୁବକ ଜଣକ ରବିବାର ରାତିରେ ଏକ ବନ୍ଧୁକ ସାହାଯ୍ୟରେ ଭୟଭୀତ କରାଇ ତାଙ୍କୁ ଏକ ଆଖୁ କ୍ଷେତ ଭିତରକୁ ନେଇଯିବା ପରେ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୁଷ୍କର୍ମକାରୀ ୨୬ ବର୍ଷ ବୟସ୍କ ଶ୍ରାବଣ କୁମାରକୁ ଗିରଫ କରିଛି।