ମନ୍ତ୍ରୀ ସତପାଲ ମହାରାଜ କରୋନା ପଜିଟିଭ ଚିହ୍ନଟ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସମେତ ପୂରା କ୍ୟାବିନେଟ କ୍ୱାରେଣ୍ଟାଇନରେ
ଡେରାଡୁନ, ୧ /୬ : ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓତଙ୍କ ସମେତ ତାଙ୍କର କ୍ୟାବିନେଟଙ୍କୁ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । କାରଣ ଗୋଟିଏ ଦିନ ପୂର୍ବରୁ ସତପାଲ ମହାରାଜ କ୍ୟାବିନେଟ ବୈଠକରେ ସାମିଲ ଥିଲେ ।
ସୂଚନାଯୋଗ୍ୟ, କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜଙ୍କ କରୋନା ରିପୋର୍ଟ ନମୁନା ପଜିଟିଭ ଆସିଛି । ଦିନକ ପୂର୍ବରୁ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ଅମୃତା ରାୱତଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ସତପାଲ ମହାରାଜଙ୍କ ଘରେ କାମ କରୁଥିବା ୧୭ ଜଣଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଛି ।
ସତପାଲ ମହାରାଜ କ୍ୟାବିନେଟରେ ସାମିଲ ହେବା ପରେ ଅନ୍ୟ ନେତାମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଶନିବାର ସନ୍ଧ୍ୟାରେ ଅମୃତା ରାୱତଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିଲା । ଏକ ଘରୋଇ ପରୀକ୍ଷାଗାରରେ ତାଙ୍କର ନମୁନା ପରୀକ୍ଷା ହୋଇଥିଲଶ । ଅମୃତାଙ୍କ ଓଏଡି ଅଭିଷେକ ଶର୍ମା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ତାଙ୍କୁ ଋଷିକେଶସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି ।