ଆଜିଠାରୁ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ରାଜଧାନୀରେ ମାଗଣା ଟିକା

ଭୁବନେଶ୍ୱର,୩/୫ : ଆଜିଠାରୁ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ରାଜଧାନୀରେ ମାଗଣା ଟିକାକରଣ କରାଯିବ। ଏଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ସମୟ କରାଯାଇଛି। ପୂର୍ବାହ୍ନ ୮ଟାରୁ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ। ୪୫ବର୍ଷରୁ ଅଧିକ ନାଗରିକଙ୍କୁ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଦିଆଯିବ। ଏହାରି ମଧ୍ୟରେ ୧୧ଟାରୁ ୨ଟା ପର୍ଯ୍ୟନ୍ତ ସମ୍ମୁଖ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ଟିକା ଦିଆଯିବ। ତେବେ ଶନିବାର ଭୁବନେଶ୍ୱରରେ ହୋଇଥିବା ଟିକା ଅଭ୍ୟାସ ବେଳେ ୧୮ରୁ ଅଧିକ ବର୍ଷ ବର୍ଗର ୯୬ଜଣଙ୍କୁ ଟିକା ଦିଆଯାଇଛି। ଆସନ୍ତାକାଲି ୩୦ଟି କେନ୍ଦ୍ରରେ ଏହି ବର୍ଗଙ୍କୁ ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।