ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୬/୧୨ : ଖୁବ୍ ଚର୍ଚ୍ଚାରେ ରହିଛନ୍ତି ୧୪ ବର୍ଷୀୟ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ । ବୈଭବ ୨୦୨୫ ମସିହାରେ ଅନେକ ଐତିହାସିକ ଇନିଂସ ଖେଳି ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟ । ତାଙ୍କୁ ଏବେ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କରାଯାଇଛି । ବିହାରର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କରିଛନ୍ତି । କମ୍ ବୟସରେ ତାଙ୍କ ପ୍ରଦର୍ଶନ ଖୁବ୍ ଚମତ୍କାର। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ଅସାଧାରଣ ପ୍ରତିଭା, ପ୍ରଦର୍ଶନ ଏବଂ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାରରେ ତାଙ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ,‘‘ଆପଣଙ୍କର ଅସାଧାରଣ ପ୍ରତିଭା, ସାହସ, କଳା-ସଂସ୍କୃତି ଏବଂ କ୍ରୀଡ଼ା ଭଳି ଅନେକ କ୍ଷେତ୍ରରେ ନିଜର ଚମକ ପ୍ରଦର୍ଶନ କରିଛି । ସମସ୍ତ ଖେଳାଳୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ଏହା ମଧ୍ୟ କହିଛନ୍ତି ଯେ, ସମ୍ମାନିତ ହୋଇଥିବା ପ୍ରତ୍ୟେକ ପିଲା ସମାନ ଭାବରେ ସମ୍ମାନ ପାଇବାକୁ ଯୋଗ୍ୟ । ଯଦି ବୈଭବଙ୍କ ପ୍ରଦର୍ଶନ କଥା କୁହାଯାଏ ତେବେ ସେ ଅରୁଣାଞ୍ଚଳ ପ୍ରଦେଶ ବିପକ୍ଷରେ ୮୪ ବଲରେ ୧୯୦ ରନ୍ କରିଥିଲେ । ଯେଉଁଥିରେ ୧୬ଟି ଚୌକା ଏବଂ ୧୫ ଛକା ମାରିଥିଲେ । କିନ୍ତୁ ପରେ ସେ ମଣିପୁର ବିପକ୍ଷରେ ମ୍ୟାଚ୍ ଖେଳିପାରିନଥିଲେ । କାହିଁକିନା ତାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀ ଆସିବାକୁ ପଡିଥିଲା । କେବଳ ଏତିକି ନୁହେଁ ବୈଭବ IPLରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ । ଯାହା ସମସ୍ତଙ୍କ ପ୍ରଭାବିତ କରିଥିଲା । ସେ IPL ୨୦୨୫ ରେ ୭ଟି ମ୍ୟାଚରେ ୨୫୨ ରନ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।