ଶୋଇବା ବେଳେ ଏହି ୮ଟି କଥା ଉପରେ ଧ୍ୟାନ ଦିଅନ୍ତୁ : ସୁଖ, ସମୃଦ୍ଧି, ବିଦ୍ୟା ଓ ଯଶ ଲାଭ ହେବ

ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ତ୍ବର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୮ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।

(୧) ଉତ୍ତରପୂର୍ବ ଦିଗ – ଯଦି ଏହି ଦିଗରେ ଶୟନ କକ୍ଷ ଥାଏ ତେବେ ସଦାସର୍ବଦା ଆପଣ ଚିନ୍ତିତ ରୁହନ୍ତି । ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି । ଅଧିକାଂଶ ସମୟରେ ସ୍ମରଣ ଶକ୍ତି ହ୍ରାସ ହୋଇଥାଏ । ଅଧିକ ଦିନ ଧରି ଯଦି ଏହି ଶୟନ କକ୍ଷକୁ ବ୍ୟବହାର କରାଯାଏ ତେବେ ମାନସିକ ରୋଗରେ ପିଡୀତ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ଦିଗରେ ଥିବା ଶୟନ କକ୍ଷର ବ୍ୟବହାର କରନ୍ତୁ ନାହିଁ ।

(୨) ପୂର୍ବ ଦିଗ –ଏହି ଦିଗରେ ଯଦି ଶୟନ କକ୍ଷ ଥାଏ ତେବେ ଆପଣଙ୍କର ସମ୍ପର୍କ ସମାଜ ସହିତ ଅତ୍ୟଧିକ ଉନ୍ନତ ହୋଇଥାଏ । ଆପଣ ସମାଜର ଅଧିକାଂଶ କାର୍ଯ୍ୟରେ ଭାଗିଦାର ହୋଇଥାନ୍ତି । ଯଦି ଆପଣ ଜଣେ ରାଜନୈତିକ ନେତା କିମ୍ବା ଗୁରୁ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ ।

(୩) ଦକ୍ଷିଣ-ପୂର୍ବ ଦିଗ –ଏହି ଦିଗରେ ଥିବା ଶୟନ କକ୍ଷକୁ ପରିତ୍ୟାଗ କରନ୍ତୁ ।

(୪) ଦକ୍ଷିଣ ଦିଗ –ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କ ମନରେ ଶାନ୍ତି ଆଣଥାଏ । ଆପଣ ଆମୋଦ ପ୍ରମୋଦ ଓ ମନୋରଞ୍ଜନରେ ରହିଥାନ୍ତି । ଯେଉଁମାନଙ୍କୁ ନିଦ ହୋଇନଥାଏ ସେମାନେ ଏହି ଦିଗରେ ଥିବା ଶୟନ କକ୍ଷ ବ୍ୟବହାର କରିବା ଉଚିତ୍ ଅଟେ ।

(୫) ଦକ୍ଷିଣ-ପଶ୍ଚିମ ଦିଗ –ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କର ଦକ୍ଷତାକୁ ବୃଦ୍ଧି କରାଇଥାଏ । ଆପଣଙ୍କ ସହିତ ଅନ୍ୟମାନଙ୍କର ସମ୍ପର୍କରେ ନିବିଡତା ଆଣିଥାଏ । ଯେଉଁମାନେ କଲେଜ ଛାତ୍ର ଅଟନ୍ତି ସେମାନେ ଏହି ଶୟନ କକ୍ଷକୁ ବ୍ୟବହାର କଲେ ତାଙ୍କର ପଢ଼ିବାରେ ଏବଂ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ପାଇଥାଏ ।

(୬) ପଶ୍ଚିମ ଦିଗ –ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ଓ ଲାଭ ଦେଇଥାଏ ।

(୭) ଉତର-ପଶ୍ଚିମ ଦିଗ –ଯଦି ଆପଣ କୈାଣସି ଗୁରୁତ୍ୱପୁର୍ଣ୍ଣ ମିଟିଂ ରେ ଭାଗ ନେବାକୁ ଚାହୁଁଛନ୍ତି ଓ ସେଥିରେ ଜୟଯୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସାହାଯ୍ୟ କରିଥାଏ । ଆପଣ ସମସ୍ତ ପ୍ରକାରର ସାହାଯ୍ୟ ବ୍ୟାଙ୍କ୍ ଓ ସରକାରଙ୍କ ଠାରୁ ସାହାଯ୍ୟ ପାଇପାରିବେ ।

(୮ ) ଉତ୍ତର ଦିଗ –ଯଦି ଆପଣ ଅଳସୁଆ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ । ଯଦି ଆପଣଙ୍କର ସନ୍ତାନମାନେ ବିଶୃଙ୍ଖଳିତ ଅଟନ୍ତି ତେବେ ଏହି ଏହି ଶୟନ କକ୍ଷକୁ ବ୍ୟବହାର କରିପାରିବେ । ଯଦି ଆପଣ ଆପଣଙ୍କ କ୍ୟାରିଅର ଉନ୍ନତି ଏବଂ ଧନ ଉପାର୍ଜନ କରିବାକୁ ଚାହାଁନ୍ତି ତେବେ ଏହି ଦିଗର ଶୟନ କକ୍ଷ ଆପଣଙ୍କ ପାଇଁ ଉତ୍ତମ ଅଟେ ।

Comments are closed.