କରୋନାରେ ଦିଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନଙ୍କ ପରଲୋକ

ମୁମ୍ବାଇ : ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନଙ୍କ ଦେହାନ୍ତ ହୋଇଛି। କରୋନା ଭୂତାଣୁ ସଂକ୍ରମଣ ହେତୁ ଏହସାନ ଖାନଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତାଙ୍କୁ ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହସାନ ଖାନଙ୍କୁ ୯୦ ବର୍ଷ ହୋଇଥିଲା | ଏହସାନ ଖାନ୍‌ କରୋନା ଭାଇରସରେ ସଂକ୍ରମିତ ହେବା ପରେ ମୁମ୍ବାଇ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । କରୋନା ସହ ଆଲଜାଇମର୍, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସମସ୍ୟା ଥିଲା, ଯାହା ପାଇଁ ସେ କରୋନା ସହ ଲଢ଼ିପାରି ନଥିଲେ। ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିଦେବା ସହ ବୁଧବାର ରାତି ୧୧ଟାରେ ତାଙ୍କର ମୃତ୍ୟୁ ହୋଇଛି |