ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଆମେରିକା ଉପରାଷ୍ଟ୍ରପତି

0

ନୂଆଦିଲ୍ଲୀ, ୨୧/୦୪ : ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ ଆଜି ନୂଆଦିଲ୍ଲୀ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଭାରତ-ଆମେରିକା ସମ୍ବନ୍ଧ ଦୃଷ୍ଟିରୁ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ଦୁଇ ନେତାଙ୍କ ମଧ୍ୟରେ ସମ୍ଭାବିତ କାରବାର ଚୁକ୍ତିନାମାକୁ ନେଇ ଆଲୋଚନା ହୋଇପାରେ। ଭେନ୍ସଙ୍କ ସହିତ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ଭାରତ ଆସିଛନ୍ତି। ଆମେରିକାର ଉପରାଷ୍ଟ୍ରପତିଙ୍କ ସହିତ ବ୍ୟାପକ ଆଲୋଚନା ପରେ ଆଜି ପ୍ରଧାନମନ୍ତ୍ରୀ ଭେନ୍ସଙ୍କ ପରିବାର ପାଇଁ ରାତ୍ରଭୋଜନର ଆୟୋଜନ କରିଛନ୍ତି। ଯେତେବଳେ କିଛି ଦିନ ପୂର୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ପାଖାପାଖି ୬୦ ଦେଶ ଉପରେ ଟାରିଫ ବଢାଇବା ପରେ ଏହାକୁ ସ୍ଥଗିତ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଜେଡି ଭେନ୍ସ ପତ୍ନୀ ଉଷା ଚିଲୁକୁରୀ ଓ ତିନି ସନ୍ତାନଙ୍କ ସହ ଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିର ଦର୍ଶନ କରିଛନ୍ତି। ସେଠାରେ ଭେନ୍ସ ଦମ୍ପତ୍ତି ଚାରି ଘଣ୍ଟା ସମୟ ବିତାଇଛନ୍ତି। ଏହି ସମୟରେ ତାଙ୍କ ତିନି ସନ୍ତାନ ପାରମ୍ପରିକ ଭାରତୀୟ ପୋଷାକ ପରିଧାନ କରିଥିଲେ। ଚାରି ଦିନିଆ ଭାରତ ଗସ୍ତରେ ଆସିଥିବା ଭେନ୍ସଙ୍କ ଆଗ୍ରା ଓ ଜୟପୁର ଭ୍ରମଣ କାରିବାର କାର୍ଯ୍ୟକ୍ରମ ରହିଛି। ଭେନ୍ସ ପରିବାର ମନ୍ଦିରର ଭବ୍ୟ ପ୍ରାଙ୍ଗଣରେ କ୍ୟାମେରାମ୍ୟାନଙ୍କ ଦ୍ଵାରା ଫଟୋ ଉଠାଇଛନ୍ତି। ମନ୍ଦିରର ପୂଜାରୀ କହିଛନ୍ତି, ଆମେରିକାର ଉପରାଷ୍ଟ୍ରପତିଙ୍କ ପାରମ୍ପରିକ ଶୈଳୀରେ ସ୍ଵାଗତ କରାଗଲା। ଏହା ପରେ ଉପରାଷ୍ଟ୍ରପତି ଓ ତାଙ୍କ ପରିବାର ଭଗବାନଙ୍କ ଦର୍ଶନ କଲେ। ପରିବାରଙ୍କୁ କାଠର ହାତୀ, ଅକ୍ଷରଧାମ ମନ୍ଦିରର ମଡେଲ୍ ଓ ପିଲାଙ୍କୁ ପୁସ୍ତକ ଉପହାରରେ ଦିଆଯାଇଛି।

Leave A Reply

Your email address will not be published.