ସାରା ଦେଶରେ ବଳାତ୍କାର ମାମଲା ବଢ଼ିବାରେ ଲାଗିଛି । କିଛିକାଂଶରେ କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ, ଅନେକ ସ୍ଥାନ ରେ ସ୍ଥାଣୁ ପାଲଟିଛି ପୋଲିସ ପ୍ରଶାସନ ।ଏବେ ପୁଣି ଏକ ସଂଗୀନ ବଳାତ୍କାର ମାମଲା ସାମ୍ନାକୁ ଆସିଛି ,ସେ ପୁଣି ରାଜଧାନୀରୁ । ସେଣ୍ଟ୍ରାଲ ଦିଲ୍ଲୀରେ ଜଣେ ୨୪ ବର୍ଷୀୟା ମହିଳା ଜଣେ ବ୍ୟବସାୟୀଙ୍କ ଘରକାମ କରିବା ସମୟରେ ଘର ମାଲିକ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ହାତଗୋଡ ବାନ୍ଧି ତାଙ୍କୁ ବଳାତ୍କାର କରିବା ସହ ଏହାର ଭିଡିଓ ପ୍ରସ୍ତୁତ କରିଥିଲେ ୫୬ ବର୍ଷୀୟ ଜଣେ ରିୟଲ ଇଷ୍ଟେଟ ବ୍ୟବସାୟୀ। ପୁନର୍ବାର ବଳାତ୍କାର ଉଦ୍ୟମ କରୁଥିବା ଉକ୍ତ ବ୍ୟବସାୟୀ ଏକଥା ପ୍ରଘଟ କଲେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିବା ଉକ୍ତ ମହିଳା ଅଭିଯୋଗ କରିଛନ୍ତି। ଏବେ ସାମାଜିକ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମାଜରେ କେତେ ସୁରକ୍ଷିତ ମହିଳା ତାହା ଏବେ ଏକ ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।