ଭୁବନେଶ୍ୱର,୨୧ /୧୦- (ପ୍ରଦୀପ୍ତ କୁମାର ଦାସ) : ଭିଜିଲାନ୍ସ ସେଲ ପକ୍ଷରୁ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସ୍ଥାନୀୟ ଜିପିଏଚ ବିଭାଗର ଆସିଷ୍ଟାଣ୍ଟ ଏକଜିକିଉଟିଭ ଇଞ୍ଜିନିଅର ରବୀନ୍ଦ୍ରନାଥ ପ୍ରଧାନଙ୍କ ଘରେ ଓ ଅଫିସରେ ମଙ୍ଗଳବାର ଚଢ଼ାଉ କରାଯାଇଛି । ଏକକାଳୀନ ରବୀନ୍ଦ୍ରଙ୍କ ଏପରି ସମ୍ପତ୍ତି ରହିଥିବା ୬ଟି ସ୍ଥାନରେ ଭିଜିଲାନସ ଚଢ଼ାଉ ଅଭିଯାନ ଚଳାଇଛି ।ସେଥିମଧ୍ୟରୁ ରବିନ୍ଦ୍ର ଓ ତାଙ୍କ ପୁଅ ମାଲିକାନାରେ ବିଭିର୍ନ ସ୍ଥାନରେ ଥିବା ବହୁ ପ୍ଲଟ,ବାସଗୃହ,ଫ୍ଲାଟ,ରିଅଲିଷ୍ଟେଟ ସଂସ୍ଥା ଫାର୍ମ ହାଉସ ଓ ଅନ୍ୟ କେତେକ ବ୍ୟବସାୟିକ ସଂସ୍ଥା ଉପରେ ଏହି ଚଢ଼ାଉ ଜାରିରହିଛି । ତେବେ ଏହାଛଡା ସେମାନଙ୍କ ନାମରେ ଦାମୀ ଗାଡି,ମୂଲ୍ୟବାନ ଆସବାବପତ୍ର ଓ ସୁନା ଓ ରୁପା ଅଳଙ୍କାର, ବ୍ୟାଙ୍କ ବାଲାନ୍ସ ଓ ବିଭିର୍ନ ଇନ୍ସୁରାନ୍ସ ପଲିସୀ ଇତ୍ୟାଦିକୁ ମଧ୍ୟ ଭିଜିଲାନ୍ସ ଠାବ କରିଛି । ତେବେ ଏସବୁ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬ କୋଟି ୫୩ ଲକ୍ଷ ୮୬ ହଜାର ୭୧୦ ଟଙ୍କା ହେବ ବୋଲି ଭିଜିଲାନସ ସୂତ୍ରରୁ ଜଣାପଡିଛି ।