ଭୁବନେଶ୍ୱର,୬ /୪ : (ପ୍ରଦୀପ୍ତ କୁମାର ଦାସ) – ଭିଜିଲାନ୍ସ ଜାଲରେ ଆଜି ଛନ୍ଦି ହୋଇଛନ୍ତି ପୁଣି ଜଣେ ତହସିଲଦାର । ସେ ହେଲେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ । ବାରଙ୍ଗ ସ୍ଥିତ ବିଭାଗୀୟ କାର୍ଯ୍ୟାଳୟରୁ ନିଜ ବାସଗୃହ ଅଭିମୁଖେ ଯିବା ବାଟରେ ତାଙ୍କୁ ଭିଜିଲାନ୍ସର ଏକ ଟିମ ଧରିଥିଲା । ଯାଞ୍ଚ କଲାବେଳେ ତାଙ୍କ ଠାରୁ ନଗଦ ୧ ଲକ୍ଷ ୭ ହଜାର ଟଙ୍କା ମିଳିଥିଲା । ଏହି ଟଙ୍କା ସେ କେଉଁ ସୂତ୍ରରୁ ନେଇ ଘରକୁ ଯାଉଥିଲେ ସେ ନେଇ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ତେଣୁ ଭିଜିଲାନ୍ସ ଟିମ ତାଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଅଧିକ ଅନୁସନ୍ଧାନ ଜାରିରଖିଥିବା ଜଣାପଡିଛି । ତେବେ କିଛିଦିନ ତଳେ ଅନୁରୂପ ଭାବେ ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡା ମଧ୍ୟ ଭିଜିଲାନ୍ସ ଜାଲରେ ପଡି ଥିଲେ । ସେ ମଧ୍ୟ ଅଢେଇ ଲକ୍ଷରୁ ଉର୍ଧ୍ଵ ନଗଦ ଟଙ୍କା ନେଇ ବାଲେଶ୍ୱର ସ୍ଥିତ ନିଜ ଘରକୁ ଯିବା ବାଟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।