ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜରଙ୍କ : ଏକକାଳୀନ ୬ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର, ୨୫/୦୭: ଜୟପୁର ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୬ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ୯ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଚଢାଉରେ ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ଟଙ୍କା ଜବତ ହୋଇଛି । କୋରାପୁଟର ଜୟପୁର ଟାଉନସ୍ଥିତ ପୈତୃକ ଜମିରେ ଥିବା ଘର, ଜୟପୁର ଟାଉନସ୍ଥିତ ଗୋଲ୍ଡେନ୍‌ ହାଇଟ୍‌ ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ ଥିବା ୨ ଟି ଫ୍ଲାଟ୍‌, ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳରେ ଥିବା ଭାଇଙ୍କ ଫ୍ଲାଟ୍‌, ଜୟପୁର ଟାଉନସ୍ଥିତ ଶ୍ୱଶୁର ଘର ଏବଂ ଜୟପୁର ଫରେଷ୍ଟ ରେଞ୍ଜରେ ଥିବା ତାଙ୍କ ଅଫିସ୍‌ ଚାମ୍ୱରରେ ଏକକାଳୀନ ଚଢାଉ ଜାରି ରହିଛି ।