ମଣିପୁରରେ ପୁଣି ମୁଣ୍ଡ ଟେକିଲା ହିଂସା

ନୂଆଦିଲ୍ଲୀ, ୧୫/୦୭ : ମଣିପୁରରେ ପୁଣିଥରେ ଅଶାନ୍ତିର ପରିସ୍ଥିତି ଦେଖାଦେଇଛି । ସେନାପତି ସହରରେ ତୀବ୍ର ଉତ୍ତେଜନା ମଧ୍ୟରେ ସୁରକ୍ଷା ବାହିନୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ଖବର ଆସିଛି । ସୂଚନା ଅନୁସାରେ, ଆସାମ ରାଇଫଲ୍ସ ଓ ନାଗା ସେନା ମଧ୍ୟରେ ପରିସ୍ଥିତିକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା। ଏହା ପରେ ଅଞ୍ଚଳରେ ଉତ୍ତେଜନା ବଢ଼ିଥିଲା । ଘଟଣା ସମୟରେ କିଛି ବିକ୍ଷୋଭକାରୀ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।