ସମ୍ବଲପୁର, ୧୨/୧୧ : ଆସନ୍ତା ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏଥିପାଇଁ ଆସନ୍ତା ୧୭ ତାରିଖରେ କଂସ ଚୟନ ହେବ ବୋଲି ବରଗଡ଼ ଧନୁଯାତ୍ରା କମିଟି ସୂଚନା ଦେଇଛି । ସୁଚନା ଅନୁସାରେ ଆଗାମୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହେବ । ୧୫ ଓ ୧୬ ତାରିଖରେ ବିଭିନ୍ନ ଚରିତ୍ର ପାଇଁ ଚୟନ ପ୍ରକ୍ରିୟା ହେବ । ୧୭ ତାରିଖରେ କଂସ ଚରିତ୍ର ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ।