ଡିସେମ୍ବର ୬ରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ,୧/୧୨: ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଭାରତ ଓ ରୁଷ ମଧ୍ୟରେ ସୈନ୍ୟ ସମ୍ଵନ୍ଧକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ବୈଠକରେ ଭାରତ ୭.୫ ଲକ୍ଷ ଏକେ-୨୦୩ ଆସଲ୍ଟ ରାଇଫଲ୍‌ର ଆମଦାନୀ ଉପରେ ରାଜିନାମା ହେବ। ସୁରକ୍ଷା ସମ୍ବନ୍ଧିତ କ୍ୟାବିନେଟ୍ କମିଟିରେ ଅନ୍ତିମ ମଞ୍ଜୁରୀ ସମେତ ସମସ୍ତ ଜରୁରୀ ପ୍ରକ୍ରିୟା ପୂରା ହୋଇ ସାରିଛି। ସରକାରୀ ସୂତ୍ର ଅନୁଯାୟୀ, ରୁଷ ରାଷ୍ଟ୍ରପତିଙ୍କ ଯାତ୍ରା ସମୟରେ ଏହି ଚୁକ୍ତିନାମା ଉପରେ ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷ ହସ୍ତାକ୍ଷର କରିବେ।

ପୁଟିନ୍ ଡିସେମ୍ବର ୬ରେ ଭାରତ ଗସ୍ତରେ ଆସୁଛନ୍ତି। ପୁଟିନ୍ ଏବଂ ମୋଦୀଙ୍କ ମଧ୍ୟରେ ବୈଠକରେ ଭାରତକୁ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀର ପ୍ରସ୍ତୁତି ଦେଖିବାର ସମ୍ଭାବନା ରହିଛି। ଏସ୍-୪୦୦ର ଉପକରଣ ଏବଂ ଯନ୍ତ୍ରାଂଶ ଭାରତରେ ପହଞ୍ଚିବା ଆରମ୍ଭ ହୋଇ ଯାଇଛି। ଇଗଲା ସୋଲଡର ଫାୟର୍ଡ ଏୟାର ଡିଫେନ୍ସ ସିଷ୍ଟମ ଉପରେ ମଧ୍ୟ ଦୁଇ ଦେଶ ମଧ୍ୟରେ କାମ ଜାରି ରହିଛି। ରୁଷରୁ ଡିଜାଇନ କରାଯାଇଥିବା ଏକେ-୨୦୩ର ଏକ ଫ୍ୟାକ୍ଟ୍ରି ଉତ୍ତର ପ୍ରଦେଶର ଆମେଠିରେ ସ୍ଥାପନ କରାଯିବ।

Comments are closed.