ବ୍ୟକ୍ତିଙ୍କୁ ୧କିମି ଯାଏଁ ଘୋଷାଡ଼ି ନେଲେ ସ୍କୁଟି ଚାଳକ, ଦେଖନ୍ତୁ Video

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ମଙ୍ଗଳବାର ଦ୍ୱିପ୍ରହରରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ସ୍କୁଟି ଚଳାଉଥିବା ଜଣେ ଯୁବକ ଧକ୍କା ଦେବା ପରେ ତାଙ୍କୁ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଉଥିବାର ଭିଡିଓ ସୋସିଆଲ୍ ମିଡିଆରେ ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ଆସିଛି । ବୟସ୍କ ବ୍ୟକ୍ତିଜଣକ ସ୍କୁଟିକୁ ରୋକିବା ପାଇଁ ଚେଷ୍ଟା କରୁଥିବା ଯୁବକଜଣକ ଜାଣିଥିଲେ ବି ସ୍କୁଟିକୁ ସେ ବନ୍ଦ କରିନଥିଲେ ।

ଘଟଣାଟି ବେଙ୍ଗାଲୁରୁର ମଗଦିରୋଡ୍ରେ ଘଟିଛି । ମୁଥପ୍ପା ନାମକ ଉକ୍ତ ବୟସ୍କ ବ୍ୟକ୍ତିଜଣକ ସ୍କୁଟି ଚାଳକଙ୍କୁ ଯଥାସମ୍ଭବ ରୋକିବା ପାଇଁ ଚେଷ୍ଟା କରିଥିଲେ ବି ସେ ଅଟକି ନଥିଲା । ପରେ ସ୍ଥାନୀୟ ଲୋକେ ସ୍କୁଟି ଚାଳକକୁ କାବୁ କରିଥିଲେ । ଘଟଣା ସମ୍ବନ୍ଧରେ ପୋଲିସ ସୂଚନା ପାଇବା ମାତ୍ରେ ଯୁବକକୁ ଗିରଫ କରିଛି ଓ ଆହତ ବୟସ୍କ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି ।

ସୂଚନାନୁଯାୟୀ, ଏହି ଘଟଣା ବେଙ୍ଗାଲୁରୁର ମଗଦୀ ରୋଡ ପାଖ ହୋସାହଲ୍ଲି ମେଟ୍ରୋ ଷ୍ଟେସନ ପାଖରେ ହୋଇଛି । କୁହାଯାଉଛି ଯେ ଜଣେ ସ୍କୁଟି ଚାଳକ ରଙ୍ଗ ସାଇଡରେ ଆସି କାରକୁ ଧକ୍କା ଦେଇଥିଲେ । ଏହାପରେ କାର୍ ଡ୍ରାଇଭର ତାଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ସେ ପଳାୟନ କରିବାକୁ ଲାଗିଥିଲେ ।ଏହାପରେ କାର୍ ଡ୍ରାଇଭର ସ୍କୁଟିର ପଛପଟୁ ଧରିନେଇଥିଲେ କିନ୍ତୁ ସେ ସ୍କୁଟିକୁ ଦୌଡ଼ାଇବାକୁ ଲଗାଇଥିଲେ ଏବଂ ଡ୍ରାଇଭରଙ୍କୁ ମଧ୍ୟ ରୋଡ ଉପରେ ଘୋଷାଡ଼ି ନେଇଯାଇଥିଲେ । ଏହି ସମୟରେ ରାସ୍ତାରେ ଯାଉଥିବା ଅନ୍ୟ କିଛି ଲୋକ ଘଟଣାକୁ ମୋବାଇଲରେ କଏଦ କରିଥିଲେ ଏବଂ ସ୍କୁଟି ଚାଳକ ଯୁବକଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । କାର୍ ଡ୍ରାଇଭର ଜଣଙ୍କ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଗୋବିନ୍ଦରାଜ ନଗରର ଗାୟତ୍ରୀ ହସ୍ପିଟାଲରେ ଚାଲିଛି । ସ୍କୁଟି ଚାଳକକୁ ଚିହ୍ନଟ କରି ପୋଲିସ ନିଜ ହେପାଜତକୁ ନେଇଛି ।

SBI AD