ପାନୀୟ ଜଳ ସଙ୍କଟ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସୁନୀତି ପଞ୍ଚାୟତର ୫୦ ପରିବାର

0

ମହାକାଳପଡ଼ା,୨୧/୩ : ଉପକୂଳ ମହାକାଳପଡ଼ା ବ୍ଲକବାସୀ ସ୍ୱାଧୀନତାର ୭୭ ବର୍ଷ ପରେ ବି ପାନୀୟ ଜଳ ସଙ୍କଟରେ ପେଷି ହେଉଛନ୍ତି । ନଦୀ,ନାଳ ସମୁଦ୍ର ଘେର ଭିତରେ ବସତି ସ୍ଥାପନ କରିବି ଅଞ୍ଚଳ ବାସୀଙ୍କ ପାଇଁ ଜଳ ସମସ୍ୟାରେ ସୁଧାର ଆସୁନି । ବର୍ଷା ଓ ଶୀତ ଋତୁ ଅପେକ୍ଷା ଗ୍ରୀଷ୍ମ ଦିନେ ଜଳ ସଙ୍କଟ ସଂଗୀନ ରୂପ ନେଉଥିବାରୁ ସୁବ୍ୟବସ୍ଥିତ ପାନୀୟ ଜଳ ନେଇ ବିଭିନ୍ନ ପଂଚାୟତରେ ଲୋକେ ନିଜର ହକ ପାଇଁ ହରତାଳ, ଆନ୍ଦୋଳନ ଓ ରାସ୍ତାରୋକ କୁ ଓହ୍ଲାଇଥାନ୍ତି । ଯେପରି ଅଳ୍ପ କିଛି ଦିନ ତଳେ ତେରଗାଁ ର ମହିଳା ପାଇପ ଯୋଗେ ପାନୀୟ ଜଳ ଅବ୍ୟବସ୍ଥା ନେଇ ମହାକାଳପଡ଼ା ବିଡ଼ିଓଙ୍କୁ ଅଭିଯୋଗ ପରେ ସମାଧାନ ପାଇଁ ଅଡ଼ିବସିଥିଲେ । ଠିକ ସେହିପରି ସୁନୀତି ପଂଚାୟତ ସୁନୀତି ଗାଁ ର ୱାର୍ଡ ନଂ ୧ ତଥା ଗାଏନ ପଡ଼ାର ୫୦ପରିବାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ବି ସମାନ ଦଶା ଭୋଗୁଛନ୍ତି । ଏପରିକି କଣ୍ଟିଲୋ ଠାରେ ଗତବର୍ଷ ନଭେମ୍ବର ମାସରେ ଉଦଘାଟିତ ଜଳ ପ୍ରକଳ୍ପ ରୁ ପାନୀୟ ଜଳ ପାଇବାରୁ ବଞ୍ଚିତ ରହୁଛନ୍ତି । ପ୍ରକଳ୍ପ ଅବସ୍ଥାପିତ ପଡା ର ଲୋକେ ଗାଏନ ପଡା କୁ ପାଇପ ଯୋଗେ ପାଣି ଛାଡୁନଥିବାର ଅଭିଯୋଗ ହେଉଛି ।

ଏପରିକି କି ପ୍ରକଳ୍ପ ପାଖ ଲୋକେ ଗlଡିଆ ଓ ପୋଖରୀ କୁ ପାଇପ ପାଣି ଛାଡୁଥିବା ବେଳେ ପାଖ ପଡ଼ା ର ଲୋକେ ଜଳକ୍ଲୀଷ୍ଟ ନେଇ ଚିତ୍କାର କରୁଛନ୍ତି । କୋଟିଏ ରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ନିର୍ମିତ ଓଭରହେଡ଼ ଟାଙ୍କି ଟ୧ ଲକ୍ଷ ରୁ ଅଧିକ କ୍ଷମତା ସମ୍ପନ୍ନ ଦଣ୍ଡାୟମାନ ରହିଛି । ଗ୍ରୀଷ୍ମ ଋତୁ ହେବାରୁ ପଡ଼ାର ପୋଖରୀ ଶୁଖି ଯାଇଥିବା ସ୍ଥଳେ ପାଖ ଜ୍ୱର ପାଣି ଲୁଣିଆ ହୋଇଯିବାରୁ ବ୍ୟବହାର ଅନୁପଯୋଗୀ ହୋଇଛି । ସାଧାରଣ ରେ ସମ୍ପୃକ୍ତ ୱାର୍ଡ ରେ ହାତ ଗଣତି କେତୋଟି ନଳକୂପ ଥିବାରୁ କଷ୍ଟେମଷ୍ଟେ ଲୋକେ ଚଳୁଥିବା ବେଳେ ଗାଈ, ମେଣ୍ଢା ଓ ଛେଳି ଟୋପେ ହେଲେ ପାଣି ପିଇବାକୁ ପାଉନାହାନ୍ତି । ପାଇପ ଜଳ ଅପବ୍ୟବହାରକାରି ମାନେ କହନ୍ତି ଯେ ସୁନୀତି ପଡା କୁ କାହିଁକି ପାଣିଯିବ । ଏପରିକି ୨୦୨୪ସାଧାରଣ ନିର୍ବାଚନ ସମୟରେ ସେହି ୱାର୍ଡର ଲୋକେ ଆମ ସାଥିରେ ନଥିଲେ । ତେଣୁ ସେମାନଙ୍କ ପଡା କୁ ପାଣି ଛାଡ଼ିବୁ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ । ଏସବୁ ଘଟଣାର ପର୍ଦ୍ଦା ଫାସ ନେଇ ଗାଏନ ପଡା ଲୋକେ ଗରlମାଠିଆ ଧରି ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇଥିଲେ । ଏନେଇ ପଡ଼ାର ଲୋକେ ମିଳିତ ଭାବେ ଶୁକ୍ରବାର ଦୃଢ଼ ପ୍ରତି ବାଦ କରିଛନ୍ତି ।

Leave A Reply

Your email address will not be published.