ଭୁବନେଶ୍ୱର, ୦୫/୦୪ : ଖରା ଆରମ୍ଭରୁ ଦେଖାଗଲାଣି ଜଳ ଯନ୍ତ୍ରଣା । ପାଣି ପାଇଁ ଅପେକ୍ଷା କରିବାକୁ ପଡୁଛି ଘଣ୍ଟା ଘଣ୍ଟା । ୧୫୦ ପରିବାର ପାଇଁ ରହିଛି ଗୋଟିଏ ନଳକୂପ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ମହିଁଷାସୁର ପଂଚାୟତ ଚଣ୍ଡିଆପଲ୍ଲୀ ଗାଁରେ ଜଳକଷ୍ଟ ବଢିବାରେ ଲାଗିଛି । ସବୁ ଗାଁକୁ ମେଗା ପାନୀୟ ଜଳ ପ୍ରକଳ୍ପର ବ୍ୟବସ୍ଥା କରିଛନ୍ତି ସରକାର । ପାଣି ଆସିବା ପାଇଁ ପାଇପ୍ ବିଛାଯିବା ସହ ଟ୍ୟାପ୍ ଲାଗିଛି । ହେଲେ ଆସୁନି ପାଣି । ପାଣି ଟୋପେ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଠୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଗୁହାରି କରି ନୟାନ୍ତ ହୋଇଗଲେଣି ଗ୍ରାମବାସୀ । ହେଲେ କିଛି ସୁଫଳ ମିଳୁନି । ତୁରନ୍ତ ଆଉ ଏକ ନଳକୂପ ସ୍ଥାପନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।