ସମ୍ବଲପୁର, ୧୭।୮: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିପାଉଛି । ବର୍ତ୍ତମାନ ଜଳସ୍ତର ୬୧୫.୪୧ ଫୁଟ୍ ରହିଛି । ଡ୍ୟାମର ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ୧୨ଟି ଗେଟ୍ ଦେଇ ୧ ଲକ୍ଷ ୯୩ ହଜାର ୩୫୩ କ୍ୟୁସେକ୍ ଜଳ ଛଡାଯାଉଥିବାବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୪ ହଜାର ୭୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।
ଉପରମୁଣ୍ଡରେ ବର୍ଷା ତଥା ଜଳଭଣ୍ଡାରରେ ଜଳପ୍ରବେଶକୁ ଆଖିଆଗରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ୧୨ଟି ଗେଟ୍ ଖୋଲିଛନ୍ତି । ତେବେ ଗୋଟିଏ ପଟେ ବର୍ଷା ଓ ଅନ୍ୟପଟେ ଜଳପତ୍ତନ ବୃଦ୍ଧି ଗେଟ୍ ଖୋଲିବାର ପ୍ରମୁଖ କାରଣ ବୋଲି ଜଣାପଡିଛି ।