ଭୁବନେଶ୍ୱର,୮/୪: ଉପକୂଳ ଓଡ଼ିଶାରେ କମିଛି ତାତି । ଗରମ ମଧ୍ୟ କମ୍ ରହିଛି । ସାମୁଦ୍ରିକ ପବନ ପ୍ରବାହରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବଢ଼ିବାର ସମ୍ଭାବନା ନାହିଁ । ତେଣୁ ଖରାରୁ ତ୍ରାହି ମିଳିବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାରେ ତାତି ଦୁଇ ଦିନ ଯାଏଁ ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିପାରେ ।
ଅନ୍ୟପକ୍ଷରେ ଆସନ୍ତା ୨-୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଓ ପବନ ହୋଇପାରେ । ୮ ତାରିଖ (ଗୁରୁବାର) ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରିରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଏଥିମଧ୍ୟରୁ କେତେକ ସ୍ଥାନରେ ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।