ଭୁବନେଶ୍ୱର, ୧୯/୧୨ : ଆସନ୍ତା ୨୦ ତାରିଖରେ ରାଜ୍ୟରେ ଶୀତ ଆହୁରି ବଢ଼ିବ । ଉତ୍ତର ଭାରତରୁ ଅଧିକ ଥଣ୍ଡା ପବନ ବହିବ । ପୂରା ରାଜ୍ୟରେ ଶୀତରେ ଥରିବ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି ।
ସେହିପରି ଜି.ଉଦୟଗିରିରେ ଅସହ୍ୟ ଥଣ୍ଡାରେ ରହୁଛି । ଏଠାରେ ରାତି ତାପମାତ୍ରା ୭ ଡିଗ୍ରୀକୁ ଖସିଆସିଛି । କିରେଇରେ ୮ଡିଗ୍ରୀ, ଝାରସୁଗୁଡ଼ାରେ ୯.୨, କେନ୍ଦୁଝରରେ ୯.୮, ଫୁଲବାଣୀରେ ୧୦, ସୁନ୍ଦରଗଡ଼ରେ ୧୦, ରାଣୀତାଳରେ ୧୦.୮, କୋରାପୁଟରେ ୧୧, ସିମିଳିଗୁଡ଼ାରେ ୧୧.୬, ବାରିପଦାରେ ୧୨, ଭବାନୀପାଟଣାରେ ୧୨, ମହିଷାପାଟରେ ୧୨.୨, ବାଲେଶ୍ୱରରେ ୧୨.୬, ବରଗଡ଼ରେ ୧୨.୮, ସମ୍ବଲପୁରରେ ୧୨.୯, ଦାରିଙ୍ଗିବାଡ଼ିରେ ୧୩, ସୋନପୁରରେ ୧୩, କଟକରେ ୧୩.୪, ବୌଦ୍ଧରେ ୧୩.୫, ଭୁବନେଶ୍ୱରରେ ୧୩.୬, ଚାନ୍ଦବାଲିରେ ୧୩.୯, ବଲାଙ୍ଗୀରରେ ୧୪.୮ ଡିଗ୍ରୀ ରେକର୍ଡ ହୋଇଛି ।