ମେ’ ୨୩ରେ ଆସୁଛି ବାତ୍ୟା ‘ୟଶ୍’, ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର,୧୯/୫ : ଦୁଇ ଦିନ ପୂର୍ବରୁ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉତେ ବ୍ୟାପକ କ୍ଷୟକ୍ଷତି କରିଛି । ଖାସ୍‌ କରି ଗୁଜୁରାଟ , ମହାରାଷ୍ଟ୍ର, ଗୋଆ ସହ କର୍ଣ୍ଣାଟକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଗୋଟିଏ ବାତ୍ୟାର କ୍ଷୟକ୍ଷତି ଆକଳନ ହୋଇନଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା । ପାଣିପାଗ ଆକଳନ ଅନୁଯାୟୀ ସାମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇପାରେ।

ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରିଛି ଯେ, ସୁପର ସାଇକ୍ଲୋନ୍‌ ‘ୟଶ୍’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ମେ ୨୩-୨୫ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।