ଭୁବନେଶ୍ଵରରେ ଅସହ୍ୟ ତାତି : କଲବଲ ହେଉଛନ୍ତି ଲୋକେ

ଭୁବନେଶ୍ଵର ୧୨/୦୪ : ରାଜଧାନୀ ଭୁବନେଶ୍ଵରରେ ଅସହ୍ୟ ତାତିରେ କଲବଲ ହେଉଛନ୍ତି ଲୋକେ । ଭୁବନେଶ୍ଵରରେ ଦିନ ସାଢେ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୩୮.୬ ଡିଗ୍ରୀ, ଚାନ୍ଦବାଲିରେ ୩୮.୪ ଡିଗ୍ରୀ, ପୁରୀରେ ୩୮ ଡିଗ୍ରୀ, ସମ୍ଵଲପୁରରେ ୩୭.୮ ଡିଗ୍ରୀ, ହୀରାକୁଦରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୭.୪ ଡିଗ୍ରୀ, କେନ୍ଦୁଝରରେ ୩୭ ଡିଗ୍ରୀ, ପାରାଦୀପରେ ୩୪.୨ ଡିଗ୍ରୀ ରେକର୍ଡ ହୋଇଛି।

ଦିନ ୧୧ଟାବେଳକୁ ନିଆଁ ବର୍ଷା । ସାରା ଓଡ଼ିଶା ଏମିତି ଅସ୍ୱାଭାବିକ ଗ୍ରୀଷ୍ମ କୋପରେ ଛଟପଟ ହୋଇଛି । ମଙ୍ଗଳବାର ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଡେଇଁଛି । ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱର ତାପମାତ୍ରା ୪୦ ଡେଇଁଛି । ଇଏ ତ ଗ୍ରୀଷ୍ମ ପ୍ରକୋପର ଆରମ୍ଭ, ଆଗକୁ ଆହୁରି ଜାଳିବ । ୪/୫ ଦିନ ଯାଏଁ ଅସହ୍ୟ ଗରମରୁ ନିସ୍ତାର ଆଶା କ୍ଷୀଣ । ଏବେ ବର୍ଷା ସମ୍ଭାବନା ଦେଖାଯାଉନି । ଆସନ୍ତା ୧୫ ତାରିଖ ଯାଏଁ ଭୀଷଣ ଗରମ ଛଟପଟ କରିବ । ୧୩ ତାରିଖରୁ ସ୍ଥିତି ଅଧିକ ସାଂଘାତିକ ହେବ । କାରଣ ୧୩ ତାରିଖରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଓ ୧୪ ତାରିଖ (ପଣା ସଂକ୍ରାନ୍ତି)ରେ ୪୪ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ ।

SBI AD