ଆଜିର ରାଶିଫଳ (ବୁଧବାର)

ତା : ୩୦ / ୧୨ / ୨୦୨୦

ମେଷ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ ସ୍ଥିତି ଉଚ୍ଚମାନର ହୋଇ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଦେବ ଦର୍ଶନ ଲାଭ କରିପାରନ୍ତି।

ବୃଷ: କୌଣସି କ୍ଷେତ୍ରରେ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁ ନାହିଁ। ବହୁ ଧନର ଅଧିକାରୀ ହେବେ। ପୁତ୍ର ସୁଖ ମିଳିପାରେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିର ସମୟ ବିତିବ। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଭୋଜନ ସୁଖକର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

କର୍କଟ: ଆପଣଙ୍କ ପ୍ରୟାସ ଉତ୍ତମ ସାବ୍ୟସ୍ତ ହେବ। କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ ଚଳାଇ ପାରନ୍ତି। ଶତ୍ରୁ ଦମନ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କର୍ମଚଞ୍ଚଳ ରହିବେ। ଦାତା, ଭୋକ୍ତା, ଗୁଣବାନ୍‌, ଧନୀ ଓ ମାନୀ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।

ସିଂହ: ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳ ହେବେ। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଭିନ୍ନ ଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ।

କନ୍ୟା: ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ କରିବାରେ ସକ୍ଷମ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ।

ତୁଳା: ପଡ଼ୋଶୀଙ୍କ ସହିତ ସଦ୍‌ଭାବନା ସମ୍ପନ୍ନ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। କଳେ, ବଳେ, କୌଶଳେ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି।

ବିଛା: ଆପଣଙ୍କ ଲାଗି କୌଣସି ବିଶେଷ ସୁଯୋଗ ମିଳିପାରେ। ସାବଧାନ ହୋଇ ଚଳିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହେବେ। ସ୍ବାଭିମାନୀ ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

ଧନୁ: କାର୍ଯ୍ୟରେ ସଫଳତା ମିଳିବ। ରାଜନୀତିରେ ସଫଳତା ପାଇବେ। ସୁଖକର ଘଟଣାମାନ ଘଟିପାରେ। ଶୁଭକାର୍ଯ୍ୟ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ରୁଚିକର ଭୋଜନରେ ଆପ୍ୟାୟିତ ହୋଇ ତାର ଆନନ୍ଦ ଉପଭୋଗ କରିପାରନ୍ତି।

ମକର: ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

କୁମ୍ଭ: ବେପାରରେ ମନୋଯୋଗରେ କାମ କରିବା ଯୋଗୁଁ ଯଥେଷ୍ଟ ଲାଭ ପାଇବେ। ଧନଲାଭର ସୂଚନା ମିଳୁଛି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବାର ସମ୍ଭାବନା ଅଛି। ଗୁଣବାନ୍‌ ଓ ବହୁ ବିଦ୍ୟା ପାରଙ୍ଗମ ହେବେ।

ମୀନ: ନିଜକୁ ଶକ୍ତିମାନ ଅନୁଭବ କରିବେ। ତୁରନ୍ତ ପରିଶ୍ରମର ଫଳ ପାଇବେ। କୌଣସି କାରଣରୁ ମନରେ ଭୟ ସଂଚାର ହୋଇପାରେ। ପତ୍ନୀ ପରିବାରର ଗୁରୁଭାର ବହନ କରିପାରନ୍ତି। କାର୍ଯ୍ୟକ୍ଷେତ୍ର ପାଇଁ ମନରେ ଉତ୍ସାହ ଭରି ରହିବ।