ମେଷ : ରବିବାର ଓ ସୋମବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଯୋଜନାର ପରିପୂର୍ଣ୍ଣତା ପାଇଁ କାର୍ଯ୍ୟ କରିବେ। ବୁଧବାର ଓ ଗୁରୁବାର ଆର୍ଥିକ ଉନ୍ନତି ଦେଖାଦେବ। ଭୂମି ଲାଭ ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳନ୍ତୁ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ସାମାନ୍ୟ ଆଘାତ ଲାଗିପାରେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।
ବୃଷ : ରବିବାରଠାରୁ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପ୍ରତିଷ୍ଠା ଲାଭ କରିବେ। ସ୍ତ୍ରୀ ହେତୁକ ଧନଲାଭ ହେବ। ବୁଧବାର ଓ ଗୁରୁବାର ସମୟ ପ୍ରତିକୂଳ ରହିବ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ବିବାଦର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେବେ। ସୃଜନଶୀଳ ପ୍ରତିଭାର ବିକାଶ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବ ସ୍ତୋତ୍ର ପାଠ କରନ୍ତୁ।
ମିଥୁନ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନୂତନ ବ୍ୟବସାୟ ଆରମ୍ଭ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ବୁଧବାର ଓ ଗୁରୁବାର ପଡ଼ୋଶୀଙ୍କ ସହିତ ମତଭେଦ ଦୂର ହେବ। ଶୁକ୍ରବାର ଓ ଶନିବାର ଯାନବାହନଜନିତ ସମସ୍ୟା ଦେଖାଦେବ। ଦୂରଯାତ୍ରା ସ୍ଥଗିତ ରଖିବା ଉଚିତ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ।
କର୍କଟ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଧୁବାନ୍ଧବଙ୍କ ସହ ସମୟ କଟାଇବେ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଆପୋଷ ଆଲୋଚନାରେ ଗଣ୍ଡଗୋଳ ସମାଧାନ ହେବ। ଶୁକ୍ରବାର ଓ ଶନିବାର ପ୍ରେମରେ ସଫଳତା ଲାଭ ହେବ। ଅବିବାହିତ ମହିଳା ଓ ପୁରୁଷଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ। କର୍ମବନ୍ଧନ ଯୋଗ ସୃଷ୍ଟି ହେବ। ଆର୍ଥିକ ମାନ୍ଦାବସ୍ଥା ଦେଖାଦେବ। ବୁଧବାର ଓ ଗୁରୁବାର କର୍ମଅନୁସାରେ ଫଳପ୍ରାପ୍ତି ହେବ। ନୂତନ ଭୂମି କ୍ରୟ କରିପାରନ୍ତି। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ମାଲିମକଦ୍ଦମାରେ ବିଜୟ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ।
କନ୍ୟା : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଦୂରଦେଶକୁ ଯାତ୍ରା କରିପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହେବ। ବୁଧବାର ଓ ଗୁରୁବାର ବାକ୍ସଂଯମତା ରକ୍ଷା କରନ୍ତୁ। ପଦୋନ୍ନତି ମିଳିପାରେ। ଶୁକ୍ରବାର ଓ ଶନିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।
ତୁଳା : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଧୁ ସହଯୋଗ ପ୍ରାପ୍ତ କରିବେ। ବିପଦକୁ ଏଡ଼ାଇଯିବେ। ବୁଧବାର ଓ ଗୁରୁବାର ବାକ୍ସଂଯମୀ ହୁଅନ୍ତୁ। ଶତ୍ରୁ ଦ୍ବାରା କାର୍ଯ୍ୟକ୍ଷେତ୍ରରେ ବିଘ୍ନ ସୃଷ୍ଟି ହୋଇପାରେ। ଅସୁସ୍ଥତା ଦେଖାଦେବ। ଶୁକ୍ରବାର ଓ ଶନିବାର ବ୍ୟବସାୟରେ ଲାଭବାନ ହେବେ। ସନ୍ତାନର କୃତିତ୍ବରେ ଆନନ୍ଦିତ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ଆରାଧନା କରନ୍ତୁ।
ବିଛା : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମବନ୍ଧନ ଯୋଗ ସୃଷ୍ଟି ହେବ। ଚିଡ଼ିଚିଡ଼ା ସ୍ବଭାବ ପରିଲକ୍ଷିତ ହେବ। ବୁଧବାର ଓ ଗୁରୁବାର ନିଜ ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରିବେ। ଶୁକ୍ରବାର ଓ ଶନିବାର ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ଋଣଯୁକ୍ତ ହୋଇପାରନ୍ତି। ଠକାମିର ଶିକାର ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ପାଠ କରନ୍ତୁ।
ଧନୁ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ଯାନବାହନ କିଣିପାରନ୍ତି। ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ସମ୍ବେଦନଶୀଳ ହେବେ। ପାରିବାରିକ ସମସ୍ୟା ଜାରି ରହିବ। ଶୁକ୍ରବାର ଓ ଶନିବାର ଉଦ୍ୟମରେ ସଫଳତା ଲାଭ ହେବ। ପ୍ରକୃତିପ୍ରେମୀ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।
ମକର : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। ପିଲାମାନଙ୍କୁ ନେଇ ସମସ୍ୟା ଦେଖାଦେବ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର କାର୍ଯ୍ୟକ୍ଷେତ୍ରରେ ଅସହଯୋଗ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣଙ୍କ ମନ୍ତ୍ର ଜପ କରନ୍ତୁ।
କୁମ୍ଭ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଅଟକିଥିବା କାର୍ଯ୍ୟ ସାରିବାକୁ ପ୍ରୟାସ କରିବେ। ସୌଖୀନ ଦ୍ରବ୍ୟ କ୍ରୟ କରିବେ। ବୁଧବାର ଓ ଗୁରୁବାର ଜଗିରଖି ଚଳନ୍ତୁ। ସାମାନ୍ୟ କଥାକୁ ନେଇ ବିବାଦ ଦେଖାଦେବ। ଶୁକ୍ରବାର ଓ ଶନିବାର ଶ୍ରୀ ଯୁକ୍ତ ହେବେ। ଜମିବାଡ଼ି ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମୀନ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିବ। ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ। ବୁଧବାର ଓ ଗୁରୁବାର ବାଙ୍ମୟ ପ୍ରତିଭାର ବିକାଶ ଘଟିବ। ସହକର୍ମୀଙ୍କ ବ୍ୟବହାରରେ ଖୁସି ହେବେ। ଶୁକ୍ରବାର ଓ ଶନିବାର ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ପରିଶ୍ରମଜନିତ କ୍ଳାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ରାଂ ସୀତାରାମାୟ ନମଃ ମନ୍ତ୍ର ଜପ କରନ୍ତୁ।
