ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦାନା ବାନ୍ଧୁଛି ଆନ୍ଦୋଳନ

ଭୁବନେଶ୍ୱର ,୫/୮ : ରାଜ୍ୟ ଓ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜିନ ସରକାରା ଗୋଟିଏ ଦଳର ସରକାର ହୋଇଥ‌ିବାରୁ ରାଜନୈତିକ ଦ୍ବନ୍ଦ ନାହିଁ। ଏଭଳି ସ୍ଥଳେ ଦୀର୍ଘକାଳୀନ ଦାବି ପୂରଣ କରିବାରେ ବିଜେପିର କୌଣସି ଅସୁବିଧା ନଥିବା ବେଳେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଉଦାସୀନତା ଅବଲମ୍ବନ କରୁଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରର କୋହ୍ଲାପୁରରେ ଆସନ୍ତା ଅଗଷ୍ଟ ୧୮ ତାରିଖରେ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବା ଅନ୍ୟପଟେ ଦୀର୍ଘ ଦଶନ୍ଧି ଧରି ପଶ୍ଚିମ ଓଡିଶାରେ ହାଇକୋର୍ଟ ଆନ୍ଦୋଳନ ଚାଲୁଥିବା ବେଳେ ଦାବି ପୂରଣ ନହେବା ଦୁର୍ଭାଗ୍ୟଜନକ ଅଟେ ।

ମହାରାଷ୍ଟ୍ରରେ ଆଉ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାକୁ ଥିବାବେଳେ ଏହାକୁ ବିଜେଡି ସ୍ବାଗତ କରିଛି। ଏହା ଜନସାଧାରଣଙ୍କ ପାଇଁ ନ୍ୟାୟ ଉପଲବ୍ଧରେ ବେଶ ସହାୟକ ହେବ । ପଶ୍ଚିମ ଓଡିଶାବାସୀଙ୍କୁ ନ୍ୟାୟ ପାଇଁ ସୁଦୂର କଟକ ଯିବାକୁ ପଡୁଛି ସେମାନଙ୍କୁ ୩୦୦ରୁ ୫୦୦କିମି ଯାତ୍ରା କରିବାକୁ ପଡୁଛି । ଫଳରେ ସମୟ ନଷ୍ଟ ହେବା ସହ ଅଧୂକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଯଶବନ୍ତ ସିଂ କମିଶନ ପୂର୍ବରୁ ଦୁର୍ଗମ ଅଞ୍ଚଳରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତାକୁ ସ୍ବୀକାର କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଏନେଇ ଅନେକ ଥର ଚିଠି ଲେଖୁଛନ୍ତି। ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଅନୁରୋଧ କରିଥିଲ । ଗତ ନିର୍ବାଚନରେ ବିଜେପି ତାର ନିର୍ବାଚନୀ ପ୍ରତିଶ୍ରୁତିରେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କଥା ଉଲ୍ଲେଖ କରିଥିଲା। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ପଦକ୍ଷେପ ଗ୍ରହଣ ନକରିବା ପଶ୍ଚିମ ଓଡିଶାବାସୀଙ୍କ ଭାବାବେଗକୁ ଉପେକ୍ଷା ମନେ ହେଉଛି ବୋଲି ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ କହିଛନ୍ତି ଯେ, ଅନେକ ରାଜ୍ୟରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ହେଉଛି। ହାଇକୋର୍ଟ ବିଭାଜନ ହେବା ଫଳରେ ଲୋକେ ଦ୍ବାର ଦେଶରେ ନ୍ୟାୟ ପାଇପାରିବୋ ସେଥିପାଇଁ ଆମେ ବେଞ୍ଚ ପ୍ରତିଷ୍ଠା ସପକ୍ଷରେ ଥିଲୁ ଓ ଅଛୁ । ଯଶବନ୍ତ ସିଂହ କମିଶନ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଏକ ମାପଦଣ୍ଡ ସ୍ଥିର କରିଛନ୍ତି। ଓକିଲ ସଂଘ ନିଜ ଭିତରେ ଆଲୋଚନା କରି କେଉଁଠି ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ ସ୍ଥିର କରିବା କଥା ଆଜି ଯାଏଁ କେନ୍ଦ୍ର ସରକାରଙ୍କୁ ଏକ ସମନ୍ବିତ ପ୍ରସ୍ତାବ ଦିଆଗଲା ନାହିଁ। ଏସମ୍ପର୍କରେ ଓକିଲ ସଂଘ ସହ ଆଲୋଚନା ଚାଲିଛି ଏକ ସମନ୍ବିତ ପ୍ରସ୍ତାବ ପଠାଇବାର ଆବଶ୍ୟକ‌ତା ରହିଛି ତେବେ ରାଜ୍ୟ ସରକାର ବେଞ୍ଚ ପ୍ରତିଷ୍ଠା ପାଇଁ ସ୍ଥାନ ଓ ଆନୁସଙ୍ଗିକ ବ୍ୟବସ୍ଥା ନେଇ ପ୍ରସ୍ତୁତ ଅଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆନ୍ଦୋଳନ ୧୯୫୯ ମସିହାରୁ ଆରମ୍ଭ ହୋଇଛି। ୧୯୭୧ରୁ ଆନ୍ଦୋଳନ ଆକାର ପରିବର୍ଷତ ହୋଇଥିଲା। ୧୨ଡିସେମ୍ବର, ୨୦୨୨ରେ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା। ପୋଲିସ ଓ ବିଚାରପତିଙ୍କୁ ଆନ୍ଦୋଳନକାରୀଙ୍କ ଆକ୍ରମଣ, କୋର୍ଟ ଭିତରେ ପଶି ଭଙ୍ଗାରୁଜା ଆଦି ଘଟଣା ଘଟିଥିଲା। ଏହି ଘଟଣାରେ ୩୮ ଜଣ ଆନ୍ଦୋଳନକାରୀ ଗିରଫ ହୋଇଥିଲୋ ଜିଲ୍ଲା ଓକିଲ ସଂଘର ୨୯ ଜଣ ଆଇନଜୀବୀଙ୍କ ଓକିଲାତି ଲାଇସେନ୍ସକୁ ଭାରତୀୟ ବାର କାଉନସିଲ ନିଲମ୍ବିତ କରିଥିଲା। ଏହାପରେ ଗତ ୩ବର୍ଷ ହେବ ଆନ୍ଦୋଳନରେ ବିରାମ ଲାଗିଛି ତେବେ ମହାରାଷ୍ଟ୍ରର କୋହ୍ଲାପୁରକୁ ବେଞ୍ଚ ମିଳିବା ପରେ ବିଜେଡି ସକ୍ରୀୟ ହୋଇପଡିଛି। ଯଦି ଆଗାମୀ ଦିନରେ ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନକରାଯାଏ, ତେବେ ଜନସାଧାରଣଙ୍କ ସହ ମିଶି ଆମେ ସମସ୍ତ ପ୍ରକାର ଲଢେଇ କରିବାକୁ ପ୍ରସ୍ତୁତ ବୋଲି ରୋହିତ ପୂଜାରୀ କହିଛନ୍ତି, ଯାହାକି ବେଞ୍ଚ ୩୬,୯୦୧ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଦାନା ବାନ୍ଧୁଥିବା କୁହାଯାଉଛି।