୪୬୦ କୋଟି ବର୍ଷ ପୁରୁଣା ପଥର ଉଦ୍ଧାର: ମୂଲ୍ୟ ଜାଣିଲେ ଉଡିଯିବ ହୋସ୍

୨୦୧୫ ମସିହାରେ ମେଲବର୍ଣ୍ଣ ନିକଟରେ ସୁନା ଖୋଜୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ରହସ୍ୟମୟ ପଥର ମିଳିଥିଲା । ଏହି ପଥରର ଆକାର ଯେତିକି ତାହାର ଓଜନ ତା’ଠାରୁ ଅଧିକ ଲାଗୁଥିଲା । ଏହି ରହସ୍ୟମୟ ପଥର ପାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଡେଭିଡ । ତେବେ ଏଭଳି ପଥର ପାଇବା ପରେ ଡେଭିଡଙ୍କୁ ସନ୍ଦେହ ହୋଇଥିଲା କି ଏହା ସାଧାରଣ ପଥର ନୁହେଁ । ଏହି ପଥରକୁ ଭାଙ୍ଗିବା ପାଇଁ ଡେଭିଡ ବହୁତ ଚେଷ୍ଟା କରିଥିଲେ । ଏଥିପାଇଁ ସେ ଧାରୁଆ ଅସ୍ତ୍ର, ଗ୍ରାଇଣ୍ଡର, ଡ୍ରିଲର ବି ପ୍ରୟୋଗ କରିଥିଲେ । ଏମିତି କି ପଥରକୁ ସ୍ପିରିଟରେ ବୁଡ଼ାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପଥର ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ ।

ଏହାପରେ ଡେଭିଡ ଏହାକୁ ମେଲବର୍ଣ୍ଣ ମ୍ୟୁଜିୟମକୁ ନେଇ ଯାଇଥିଲେ । ଅନେକ ବର୍ଷ ପରେ ଯାଞ୍ଚରୁ ଜଣାପଡ଼ିଲା କି ଯାହାକୁ ଏକ ସାଧାରଣ ପଥର ବୋଲି କୁହାଯାଉଥିଲା, ତାହା ଏକ ଉଲକାପିଣ୍ଡ । ଏହା ଅନ୍ୟ ଏକ ଦୁନିଆରୁ ଅଷ୍ଟ୍ରେଲିଆ ଚଟାଣରେ ପଡ଼ିଥିବା କୁହାଯାଉଛି । ଏହି ଉଲକାପିଣ୍ଡର କୌଣସି ମୂଲ୍ୟ ଲଗାଯାଇ ପାରିବ ନାହିଁ । କାରଣ ଏଥିରେ ଯେଉଁ ଧାତୁ ଅଛି ତାହା ପୃଥିବୀରେ ମିଳେ ନାହିଁ । ଆଉ ବହୁତ ମୂଲ୍ୟବାନ । ଯାଞ୍ଚରୁ ଜଣାପଡ଼ିଛି କି ଏହା ୪୬୦ କୋଟି ବର୍ଷ ପୁରୁଣା ପଥର । ଏହାର ଓଜନ ୧୭କିଲୋଗ୍ରାମ ରହିଛି ।