କଳା ସୂତା ନଜର ଦୋଷ ଦୂର କରିବା ସହ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। କଳା ସୂତା ବାନ୍ଧିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆପଣଙ୍କ ଡାହାଣ ଗୋଡ଼ର ଆଙ୍ଗୁଳିରେ କଳା ସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କୁହାଯାଏ ଯେ ଯେଉଁମାନଙ୍କୁ ନାଭି ରୋଗ ହୋଇଥାଏ ସେମାନେ ଡାହାଣ ଗୋଡ଼ର ଆଙ୍ଗୁଠିରେ କଳା ସୂତା ବାନ୍ଧିଦିଅନ୍ତୁ।
ତେବେ ଏହି ରୋଗରୁ ସେମାନଙ୍କୁ ମୁକ୍ତି ମିଳିଥାଏ। ଶରୀରରେ ଅନେକ ଶିରା ପ୍ରଶିରା ଭିନ୍ନ ଭିନ୍ନ ଶରୀରର ଅଙ୍ଗ ସହ ଜଡ଼ିତ ହୋଇଥାଏ। ଏଥିରୁ ଗୋଟିଏ ଗୋଡ଼ର ଆଙ୍ଗୁଠି ସିଧାଳଖ ନାଭି ସହ ଜଡ଼ିତ ହୋଇଥାଏ ଏବଂ ଏପରି କୁହାଯାଇଥାଏ ଯେ କଳା ସୂତାକୁ ଗୋଡ଼ ଆଙ୍ଗୁଠିରେ ବାନ୍ଧି ଦେବା ଦ୍ବାରା ଏହା ଶିରା ପ୍ରଶିରାକୁ ନିୟନ୍ତ୍ରିତ କରିଥାଏ ଏବଂ ଏହି ରୋଗରୁ ମୁକ୍ତି ଦେଇଥାଏ।
ନାଭି ରୋଗ ଏପରି ଏକ ରୋଗ ଯାହା ଫଳରେ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥାଏ। କଳା ସୂତା ଡାହାଣ ଗୋଡ଼ରେ ବାନ୍ଧିବା ଦ୍ବାରା ଯନ୍ତ୍ରଣା ଭଲ ହୋଇଯାଇଥାଏ।