ସ୍ବପ୍ନରେ ଆମେ ଅନେକ ଥର ଦେଖୁ ଯାହା ବିଷୟରେ ଆମେ କଥାବାର୍ତ୍ତା କରୁ କିମ୍ବା ଯାହା ଆମ ମନରେ ରହିଥାଏ । କିନ୍ତୁ ଅନେକ ଥର ଏପରି ସ୍ବପ୍ନ ଆସିଥାଏ ଯାହାକୁ ଦେଖିବା ପରେ ଆମେ ଭାବୁ ଯେ, କାହିଁକି ଏପରି ସ୍ବପ୍ନ ଦେଖିଲୁ ବୋଲି । ମାତ୍ର ଏହି ସ୍ବପ୍ନଗୁଡିକ ଆପଣଙ୍କୁ କିଛି ସଂକେତ ଦେବା ପାଇଁ ଉଦ୍ଦିଷ୍ଟ ଥାଏ । ସ୍ୱପ୍ନର ଦୁନିଆକୁ କେହି ଠିକ୍ ସେ ବୁଝିପାରନ୍ତି ନାହିଁ। ଯଦିଓ ବାସ୍ତବତା ସହିତ ସ୍ୱପ୍ନର ସିଧାସଳଖ ସମ୍ପର୍କ ନାହିଁ ତଥାପି ଏହା ବେଳେ ବେଳେ ପୂର୍ବାଭାସାର ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁ ଦେଖିବାର ଅର୍ଥ କ’ଣ…
ସ୍ୱପ୍ନରେ ଆକାଶର ତାରାକୁ ଛୁଇଁବା ଶୁଭ କି ଅଶୁଭ?
ଯଦି କେହି ସ୍ୱପ୍ନରେ ତାରାମାନଙ୍କୁ ସ୍ପର୍ଶ କରୁଥିବା ସ୍ବପ୍ନ ଦେଖନ୍ତି। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଏହା ଶୁଭ ଫଳ ପ୍ରଦାନ କରୁଥିବା ଏକ ସ୍ୱପ୍ନ ହୋଇଥାଏ। ଏହି ସ୍ୱପ୍ନ ଜୀବନରେ ମାନ ସମ୍ମାନର ବୃଦ୍ଧିର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ବିଲେଇକୁ ଦେଖିବା-
ଯଦି କେହି ସ୍ୱପ୍ନରେ ବିଲେଇକୁ ଦେଖନ୍ତି ତେବେ ତାହାକୁ ଅଶୁଭ ବୋଲି ବିବେଚନା କରାଯାଏ।
ସ୍ୱପ୍ନରେ କଲମରେ କାଳି ଭରିବା-
ଯଦି କେହି କଲମରେ କାଳି ଭରୁଥିବା ସ୍ୱପ୍ନ ଦେଖନ୍ତି ତାହେଲେ ଏହା ଏକ ଶୁଭ ସଙ୍କେତ। ଏଭଳି ସ୍ବପ୍ନ ଦେଖିବା ଦ୍ଵାରା ଜଣେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହେବ ବୋଲି କୁହାଯାଏ।
ସ୍ୱପ୍ନରେ ଚିତା ବାଘ ଦେଖିବା-
ସ୍ୱପ୍ନରେ ଏକ ଚିତା ବାଘ ଦେଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ବିଫଳତାର ସଙ୍କେତ ଅଟେ। ଚିତା ପରି ଦ୍ରୁତ ଗତିରେ ସମସ୍ୟା ଆପଣଙ୍କ ପାଖରେ ପହଞ୍ଚୁଛି।
ସ୍ୱପ୍ନରେ ସାପ ଧରିବା-
ସ୍ୱପ୍ନରେ ସାପ ଧରିବା ଶୁଭ ସଙ୍କେତ ଅଟେ। ଏହା ଆପଣଙ୍କ ଶତ୍ରୁ ମାନଙ୍କର ବିନାଶ ଘଟୁଥିବା ନେଇ ସଙ୍କେତ ଦେଇଥାଏ।