ଏଣିକି ବିନା ଇଣ୍ଟର୍‌ନେଟ୍‌ରେ ଚାଲିବ ହ୍ବାଟ୍‌ସଆପ୍‌

ମୁମ୍ବାଇ,୬/୧: ଲୋକପ୍ରିୟ ମେ‌ସେଜିଂ ଆପ୍‌ ‘ହ୍ବାଟ୍‌ସଆପ୍‌’ ବ୍ୟବହାରକାରୀଙ୍କ ସୁବିଧା ପାଇଁ ନୂଆ ନୂଆ ଫିଚର ସବୁ କାଢ଼ିବାରେ ଲାଗିଛି। ଆପ୍‌ ଡେଭ୍‌ଲପର୍‌ ଏହି ଆପ୍‌କୁ ନୂଆବର୍ଷରେ ଆଉ ଟିକେ ଆଗକୁ ନେବା ପାଇଁ ଚିନ୍ତା କରିଛନ୍ତି। ହ୍ବାଟ୍‌ସଆପ୍‌ର ଲାଟେଷ୍ଟ୍‌ ଫିଚର୍‌ ଏହାର ପ୍ରମାଣ । ଆପ୍‌ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏକ ପ୍ରକ୍ସି ସପୋର୍ଟ ଲଞ୍ଚ୍‌ କରିଛି। ଗୁରୁବାର ଦିନ ଏ ନେଇ କମ୍ପାନି ପକ୍ଷରୁ ସୂଚନା ମିଳିଛି।

ଏହି ପ୍ରକ୍ସି ସପୋର୍ଟ ଜରିଆରେ ବ୍ୟବହାରକାରୀ ବିନା ଇଣ୍ଟର୍‌ନେଟ୍‌ରେ ବି ହ୍ବାଟ୍‌ସଆପ୍‌ ବ୍ୟବହାର କରିପାରିବେ। କେବଳ ନିଜ ଫୋନ୍‌ ନୁହେଁ, ସେ ରହୁଥିବା ଅଞ୍ଚଳରେ ଯଦି ଇଣ୍ଟ୍‌ରନେଟ୍‌ ନଥାଏ ତାହାଲେ ବି ହ୍ବାଟ୍‌ସଆପ୍‌ ଚା‌ଲିବ। ଏହାକୁ ଗ୍ରାହକମାନଙ୍କୁ କମ୍ପାନିର ନୂଆବର୍ଷ ଉପହାର ବୋଲି କୁହାଯାଉଛି। ତେବେ କମ୍ପାନି ଗ୍ରାହକଙ୍କୁ ଆହୁରି ବି ଆଶ୍ବସ୍ତ କରାଇଛି ଯେ ପ୍ରକ୍ସି ସପୋର୍ଟ ଦ୍ବାରା ଯୋଡ଼ି ହୋଇ ରହିବା ଦ୍ବାରା ଗ୍ରାହକଙ୍କୁ ନିଜର ସୁରକ୍ଷାକୁ ନେଇ ଆଦୌ ବି ଚିନ୍ତା କରିବା ଉଚିତ ନୁହେଁ।

ପୂର୍ବ ପରି ଗ୍ରାହକଙ୍କ ଗୋପନୀୟତା ଓ ସୁରକ୍ଷା ଅତୁଟ ରହିବ ବୋଲି କମ୍ପାନି ଆଶ୍ବାସନା ଦେଇଛି। ବ୍ୟବହାରକାରୀଙ୍କ କଲ୍‌ ଓ ମେସେଜ୍‌ ଏଣ୍ଡ୍‌-ଟୁ-ଏଣ୍ଡ୍‌ ସବ୍‌ସ୍କ୍ରିପସନ ରହିବ। ବ୍ୟବହାରକାରୀଙ୍କର ଅନ୍ୟ ବ୍ୟବହାରକାରୀଙ୍କ ସହ ମେସେଜକୁ କିମ୍ବା କଲ୍‌କୁ ନା ହ୍ବାଟ୍‌ସଆପ୍‌ ନା ମେଟା କେହି ବି ଦେଖିପାରିବେ ନାହିଁ। ତାହା ପୂରା ଗୋପନ ରହିବ।

SBI AD