ହ୍ୱାଟ୍ସଆପର ନୂଆ ଫିଚର୍: ଏକାସାଙ୍ଗରେ ୩୨ଜଣଙ୍କୁ କରିପାରିବେ Video Call

ହ୍ୱାଟସ୍ଆପ ଖୁବଶୀଘ୍ର  ନିଜ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି । ଏହି ସୁବିଧା ପରେ ହ୍ୱାଟସ୍ ଆପ ଭିଡିଓ ଏବଂ ଭଏସ କଲରେ ଅଧିକରୁ ଅଧିକ ସଂଖ୍ୟକ ଲୋକେ ଯୋଡି ହୋଇପାରିବେ । ମ୍ୟାସେଜିଂ ଓ କଲିଂ ଲାଗି ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ହ୍ୱାଟସ୍ଆପ୍ ତାଙ୍କ ଆପ୍ ମାଧ୍ୟମରେ ଭିଡିଓ ଏବଂ ଭୟସ କଲରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡି ହେବା ଲାଗି ଲିଂକ୍ ପଠେଇବାର ସୁବିଧା ମଧ୍ୟ ଉପଲବ୍ଧ କରିବାକୁ ଯାଉଛନ୍ତି ।

ଏହି ସୁବିଧା ଆରମ୍ଭ ହେବା ପରେ ଲୋକେ ହ୍ୱାଟସ୍ଆପରେ ମିଟିଂ, ସେମାନଙ୍କ ପରିବାର ଓ ବନ୍ଧୁଙ୍କ ସହ ଭିଡିଓରେ କଥାବାର୍ତ୍ତା ହୋଇପାରିବେ । ହ୍ୱାଟସ୍ଆପ୍ର ମୂଳ କମ୍ପାନୀ ମେଟାଙ୍କ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ତାଙ୍କ କମ୍ପାନୀ ୩୨ ଜଣଙ୍କ ପର୍ଯ୍ୟନ୍ତ ସମୂହ ଲାଗି ହ୍ୱାଟସ୍ଆପରେ ଭିଡିଓ କଲରେ ଯୋଡି ହେବା ଭଳି ବ୍ୟବସ୍ଥା କରୁଥିବା କହିଛନ୍ତି ।

ଏହି ସୁବିଧା ଲାଗି ଟେଷ୍ଟିଂ ଆରମ୍ଭ ହୋଇଯାଇଛି । ଏବେ ହ୍ୱାଟସ୍ଆପ୍ ଭିଡିଓ କଲରେ ସର୍ବାଧିକ ୮ ଜଣ ଲୋକେ ଯୋଡି ହୋଇପାରୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଜୁକରବର୍ଗ ଏକ ପୋଷ୍ଟରେ କହିଛନ୍ତି ଯେ ଏହି ସପ୍ତାହରୁ ଆମେ ହ୍ୱାଟସଆପରେ କଲିଂ ସୁବିଧା ଆରମ୍ଭ କରୁଛୁ, ଫଳରେ ଗୋଟିଏ କ୍ଲିକରେ ଆପଣ ଯେକୌଣସି କଲ ସହ ସଂଯୁକ୍ତ ହୋଇପାରିବେ । ୩୨ ଜଣଙ୍କ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ଏନ୍କ୍ରିପ୍ଟେଡ୍ ଭିଡିଓ କଲିଂର ମଧ୍ୟ ପରୀକ୍ଷଣ କରିବୁ ।

ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜୁକରବର୍ଗ କହିଛନ୍ତି, ଏବେ କଲର ବିକଳ୍ପକୁ ଯାଇ କଲ ଲିଙ୍କ୍ ବନେଇ ପାରିବେ ଓ ଏହାକୁ ଆପଣ ଆପଣଙ୍କ ପରିବାର ଓ ବନ୍ଧୁଙ୍କ ମଧ୍ୟରେ ସେୟାର କରିପାରିବେ । କଲ ଲିଙ୍କକୁ ଉପଯୋଗ କରିବା ପାଇଁ ୟୁଜରଙ୍କୁ ସେମାନଙ୍କ ଆପକୁ ଅପଡେଟ୍ କରିବାକୁ ପଡ଼ିବ ।