ନୂଆଦିଲ୍ଲୀ : କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଅନେକ ଆନ୍ତର୍ଜାତୀୟ ସେଲିବ୍ରିଟି ସାମନାକୁ ଆସୁଛନ୍ତି। ଏହିକ୍ରମରେ ହଲିଉଡ଼ର ପ୍ରସିଦ୍ଧ ଗାୟିକା ରିହାନା ମଧ୍ୟ ଚାଷୀଙ୍କ ସମର୍ଥନରେ ଟ୍ୱିଟ୍ କରି ଚର୍ଚ୍ଚାରେ ଅଛନ୍ତି। କୃଷକମାନଙ୍କ ଧାରଣାସ୍ଥଳରେ ସରକାରଙ୍କ ତରଫରୁ ଇଣ୍ଟରନେଟ୍ ସେବା ବନ୍ଦ କରିବା ପ୍ରସଙ୍ଗରେ ରିହାନା ଏକ ଟୁଇଟ୍ କରିଥିଲେ।
ରିହାନା ଲେଖିଛନ୍ତି, ଆମେ କାହିଁକି ଏ ବିଷୟରେ କଥା ହେଉନାହୁଁ ? ରିହାନାଙ୍କ ଏହି ଟୁଇଟ୍ ପରେ କୃଷକ ଆନ୍ଦୋଳନ ବିଶ୍ୱବ୍ୟାପୀ ସମର୍ଥନ ପାଇବା ଆରମ୍ଭ କରିଛି ଏବଂ ଗ୍ରେଟା ଥନବର୍ଗଙ୍କ ସମେତ ଅନେକ ବଡ ବଡ ସେଲିବ୍ରିଟି ଏହାକୁ ଟୁଇଟ୍ କରିଛନ୍ତି । ଆସନ୍ତୁ ଜାଣିବା ରିହାନା କିଏ ….
View this post on Instagram
ମାତ୍ର ୧୫ ବର୍ଷ ବୟସରେ ସଙ୍ଗୀତ କ୍ୟାରିଅର୍ ଆରମ୍ଭ କରିଥିବା ରିହାନା ହଲିଉଡର ଜଣେ ପ୍ରସିଦ୍ଧ ଗାୟକ ତଥା ଅଭିନେତ୍ରୀ । କ୍ୟାରିୟର ଆରମ୍ଭରେ ରିହାନ୍ନା କିମ୍ବଦନ୍ତୀ ସଂଗୀତ ନିର୍ମାତା ଇଭାନ୍ ରୋଜର୍ସ ଏବଂ କାର୍ଲ ଷ୍ଟରକନଙ୍କ ସହ ପରଫର୍ମ କରିବାର ସୁଯୋଗ ପାଇଥିଲେ ।ରିହାନାଙ୍କ ପ୍ରଥମ ଆଲବମ୍ ‘ମ୍ୟୁଜିକ୍ ଅଫ୍ ଦି ସନ୍’ ୨୦୦୫ରେ ମୁକ୍ତିଲାଭ କରିଥିଲା, କିନ୍ତୁ ସେ ତାଙ୍କ ଆଲବମ୍ ‘ଗୁଡ୍ ଗର୍ଲ ଗନ୍ ବ୍ୟାଡ଼’ ରୁ ଇଣ୍ଡଷ୍ଟ୍ରିରେ ପ୍ରକୃତ ସ୍ୱୀକୃତି ଲାଭ କରିଥିଲେ।
୩୨ ବର୍ଷୀୟ ରିହାନା ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୯ ଗ୍ରାମୀ ପୁରସ୍କାର, ୧୩ ଆମେରିକୀୟ ସଙ୍ଗୀତ ପୁରସ୍କାର, ୧୨ ବିଲବୋର୍ଡ ମ୍ୟୁଜିକ୍ ପୁରସ୍କାର ଏବଂ ୬ ଗିନିଜ୍ ୱାର୍ଲ୍ଡ ରେକର୍ଡ ଜିତିଛନ୍ତି |
View this post on Instagram
ଲଣ୍ଡନର ‘୦୨ ଆରେନା’ରେ ଏକକ କଳାକାର ଭାବରେ ୧୦ଟି ମ୍ୟୁଜିକ୍ ସୋ ପ୍ରଦର୍ଶନ କରିଥିବା ରିହାନାଙ୍କର ୪୪୦୭ କୋଟି ମୂଲ୍ୟର ସମ୍ପତ୍ତି ରହିଛି ଏବଂ ଫୋର୍ବସ୍ ଦ୍ୱାରା ୨୦୨୦ର ଧନୀ ମହିଳା ତାଲିକାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଧମାଲ ସୃଷ୍ଟି କରିବା ବ୍ୟତୀତ ରିହାନା ଫିଲ୍ମ ବ୍ୟାଟଲସିପ୍ ମାଧ୍ୟମରେ ୨୦୧୨ରେ ଅଭିନୟ ଜଗତରେ ମଧ୍ୟ ପ୍ରବେଶ କରିଥିଲେ। ଏହା ପରେ ରିହାନା ଲାରିୟାନ୍, ଦି ସିଟି ଅଫ୍ ଏ ଥାଉଜେନ୍ଡ ପ୍ଲାନେଟ୍ ଏବଂ ଓସିଏନ୍ସ ୮ରେ ମଧ୍ୟ ଅଭିନୟ କରିଥିଲେ ।
କୃଷକ ଆନ୍ଦୋଳନ ବ୍ୟତୀତ ରିହାନା ଏହା ପୂର୍ବରୁ ଅନେକ ବଡ ବଡ ପ୍ରସଙ୍ଗରେ ଅନେକ ଥର ମୁହଁ ଖୋଲିଛନ୍ତି । ୨୦୧୬ରେ ରିହାନା ଆମେରିକାରେ ପୋଲିସର ଅତ୍ୟାଚାର ବିରୁଦ୍ଧରେ PSAରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବିୟୋନ୍ସେ, କ୍ରିସ୍ ରକ୍ ଏବଂ ଜେନିଫର୍ ହଡସନଙ୍କ ପରି ୨୦ଜଣ ସେଲିବ୍ରିଟି ରହିଥିଲେ। ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ମୁସଲିମ ଜନବହୁଳ ଦେଶରୁ ଯାତ୍ରୀମାନଙ୍କୁ ଆମେରିକାକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ରିହାନା ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଥିଲେ।