WHO ର ଚେତାବନୀ : ଆହୁରି ସଂଘାତିକ ହେବ କରୋନା ସ୍ଥିତି

ନୂଆଦିଲ୍ଲୀ, ୧୪/୭ : ସାରା ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁ ଆଗକୁ ଆହୁରି ଭୟଙ୍କର ରୂପ ନେବ । ମହାମାରୀ କରୋନା ନେଇ ଯଦି ବିଭିନ୍ନ ଦେଶ ସତର୍କତା ଅବଲମ୍ବନ ନକରନ୍ତି ତେବେ ସମଗ୍ର ବିଶ୍ୱରେ ଏହା ଆହୁରି ଅଧିକ ବଢିବ ଓ ସଂଘାତିକ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଚେତାବନୀ ଦେଇଛି।

WHOର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧନୋମ୍ ଘେବ୍ରେୟସ୍ ଜେନେଭାରେ ଥିବା ମିଳିତ ଜାତିସଂଘ ମୁଖ୍ୟାଳୟରୁ ଏକ ଭର୍ଚୁଆଲ୍ ସଂକ୍ଷିପ୍ତ ସୂଚନା ଦେଇ କହିଛନ୍ତି, “ମୋତେ ସ୍ପଷ୍ଟ ଭାବେ ଦେଖାଯାଉଛି, ବହୁତ ଦେଶ ଭୁଲ ଦିଗକୁ ଯାଉଛନ୍ତି, ତେଣୁ ଏହି ଭୂତାଣୁ ସର୍ବସାଧାରଣଙ୍କ ଏକ ନମ୍ବର ଶତ୍ରୁ ହେବାକୁ ଯାଉଛି। ଯଦି ମୌଳିକ ନିୟମ ବା କଟକଣା ପାଳନ କରାଯାଏ ନଯାଏ, ତେବେ ଏକମାତ୍ର ଦିଗ ଭାବେ ଏହି ମହାମାରୀର ଦିନକୁ ଦିନ ଖରାପ, ଅତି ଖରାପ ପରିସ୍ଥିତି ଆଡକୁ ଯିବ। ”

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ସମାଲୋଚନାର ସରବ୍ୟ ହୋଇଥିବା ଟେଡ୍ରୋସ କହିଛନ୍ତି ଯେ ରବିବାର ଦିନ ୨,୩୦,୦୦୦ ନୂତନ ମାମଲା ମଧ୍ୟରୁ ୮୦% ୧୦ଟି ଦେଶରୁ ଏବଂ ୫୦% କେବଳ ଦୁଇଟି ଦେଶରୁ ଆସିଛି।