କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ?

0

ନୂଆଦିଲ୍ଲୀ,୪/୪ : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଥିବା ବେଳେ ନୂଆ ଅଧ୍ୟକ୍ଷଙ୍କ ପାଇଁ ଖୁବଶୀଘ୍ର ଆରମ୍ଭ ହୋଇଯିବ ଚର୍ଚ୍ଚା । ସଂସଦ ଅଧିବେଶନ ସରିବା ପରେ ଏହି ପ୍ରକ୍ରିୟା ଜଲଦି ଆରମ୍ଭ ହେବ ବୋଲି କୁହାଯାଉଛି ।
ଏପ୍ରିଲ ୩ୟ ସପ୍ତାହରେ କିମ୍ବା ଏଇ ମାସ ଶେଷ ସୁଦ୍ଧା ବିଜେପିକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିଯିବ । ଅର୍ଥାତ ଆଉ ୧୫-୨୦ ଦିନ ଭିତରେ ଜଣାପଡିଯିବ କିଏ ହେବ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ?

୨୦୨୦ ପର ଠାରୁ ନଡ୍ଡା ଲଗାତାର ଭାବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହି ଆସିଥିବା ବେଳେ ତାଙ୍କ ନେତୃତ୍ବରେ ଦଳ ଅନେକ ସଫଳତା ପାଇଛି । ୨୦୨୪ ଭଳି ସାଧାରଣ ନିର୍ବାଚନରେ ଦଳକୁ ନଡ୍ଡା ଦେଇଛନ୍ତି ଅପୂର୍ବ ସଫଳତା । ଅନେକ ରାଜ୍ୟ ବି ନଡ୍ଡାଙ୍କ ଯାଦୁ ତୃଣମୂଳ ସ୍ତରରେ ସଂଗଠନକୁ ଶକ୍ତି ଯୋଗାଇଛି । ତେବେ ପ୍ରତି ୩ ବର୍ଷରେ ଥରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବଦଳିର ନିୟମ ଥିବା ବେଳେ ଚଳିତ ବର୍ଷ କାହାକୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ନଡ୍ଡାଙ୍କ ଜାଗାରେ ଆଉ କାହାକୁ ଦାୟିତ୍ବ ମିଳିବ ନା ନଡ୍ଡାଙ୍କୁ ରିପିଟ କରାଯିବ । କାରଣ ଆଗାମୀ ଦିନରେ ବିହାର ଭଳି ରାଜ୍ୟରେ ନିର୍ବାଚନ ରହିଛି । ତେବେ ନଡ୍ଡାଙ୍କ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନ, ଜି.କିଶନ ରେଡ୍ଡୀ, ବର୍ଣ୍ଣତି ଶ୍ରୀନିବାସନ, ଡି.ପୁରନ୍ଦେଶ୍ବରୀଙ୍କ ନାଁ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏହି ଚର୍ଚ୍ଚା ଆଉ କିଛି ଦିନ ଭିତରେ ଫର୍ଚ୍ଚା ହୋଇଯିବ ।

Leave A Reply

Your email address will not be published.