ଫିଲ୍ମ ନିର୍ମାତା ଫିରୋଜ ନାଡ଼ିଆଡ଼ୱାଲାଙ୍କ ଘରୁ ଡ୍ରଗ୍ସ ଜବତ, ପତ୍ନୀ ଗିରଫ

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ଼ ଡ୍ରଗ୍ସ ମାମଲାରେ ଛାନଭିନ୍‌ କରୁଥିବା ନାର୍କୋଟିକ୍ସ କଂଟ୍ରୋଲ୍‌‌ ବ୍ୟୁରୋ (ଏନସିବି) ଫିଲ୍ମ ପ୍ରଯୋଜକ ଫିରୋଜ ନଡିୟାଡଓ୍ବାଲାଙ୍କ ଘରୁ ଡ୍ରଗ୍ସ ଜବତ କରିଛି। ଏହି ମାମଲାରେ ଫିରୋଜଙ୍କ ପତ୍ନୀ ଶବାନା ସୟଦଙ୍କୁ ମୁମ୍ବାଇ ସ୍ଥିତ ବାସଭବନରୁ ଦୁଇ ସାକ୍ଷୀଙ୍କ ଉପସ୍ଥିତିରେ ଗିରଫ କରିଛି ଏନସିବି। ଏନ୍‍ସିବି ଟିମ୍‍ ପକ୍ଷରୁ ଫିରୋଜଙ୍କୁ ସମନ ପଠାଇଥିବା ବେଳେ ଆଜି ପଚରା ଉଚରା ପାଇଁ କହିଥିବା ଜଣାପଡ଼ିଛି।

ନଭେମ୍ବର ୭ ଏବଂ ୮ ତାରିଖ ରାତିରୁ ଏନସିବି ଅନେକ ଡ୍ରଗ୍ ବେପାରୀଙ୍କ ଘରେ ଚଢାଉ କରିଥିଲା। ଏହି ମାମଲାରେ ଏପର୍ୟ୍ୟନ୍ତ ଡ୍ରଗ୍ସ ବିକ୍ରୟକାରୀଙ୍କୁ ଏନ୍ସିବି ଦ୍ୱାରା ଅଟକ ରଖାଯାଇଛି। ସୂଚନାନୁସାରେ, ଡ୍ରଗ୍ସ ମାମଲାରେ ଧରାଯାଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ନିର୍ମାତାଙ୍କ ନାମ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ନିର୍ମାତା ଫିରୋଜ ନାଡିଆଡୱାଲା ଫିର୍ ହେରା ଫେରି, ଆୱାରା ପାଗଲ ଦିୱାନା, ଆନ୍: ମେନ୍ ଆଟ୍ ୱାର୍କ, ଫୁଲ୍ ଆଣ୍ଡ୍ ଫାଇନାଲ୍, ୱେଲ୍କମ୍, କାତୁର୍ସ୍ ଭଳି ଅନେକ ହିଟ୍‍ ଚଳଚ୍ଚିତ୍ରର ନିର୍ମାତା।