ହାଥ୍‌ରସ‌ ମାମଲା : ତଦନ୍ତକାରୀ ଡିଆଇଜିଙ୍କ ପତ୍ନୀ କଲେ ଆତ୍ମହତ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ପାଇଁ ଗଠିତ ଏସଆଇଟିର ସଦସ୍ୟ ତଥା ପୁଲିସ ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ପୁଷ୍ପା ଦେବୀ (୩୬) ଆତ୍ମହତ୍ୟା କରିଛନ୍ତି। ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରେ ବାସ କରୁଥିବା ଡିଆଇଜିଙ୍କ ଘରେ ପୁଷ୍ପା ଶନିବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରୁ କୌଣସି ସୁଇସାଇଡାଲ ନୋଟ ଉଦ୍ଧାର କରାଯାଇ ନାହିଁ। ଘଟଣାର ତଦନ୍ତରେ ଜାରି ରହିଛି ।

ଚନ୍ଦ୍ର ପ୍ରକାଶ ହାଥରସ ବଳାତ୍କାର ଓ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସ୍ଥାପିତ ହୋଇଥିବା ଏସଆଇଟିରେ ସଦସ୍ୟ ଅଛନ୍ତି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ୨୦୦୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଚନ୍ଦ୍ର ପ୍ରକାଶ ସମ୍ପତି ଉନ୍ନାଓରେ ନିଯୁକ୍ତ ଅଛନ୍ତି।