ନୂଆଦିଲ୍ଲୀ : ଆମେ ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାର ଯୁଗକୁ ଦେଖିଛୁ। ଏହା ବିରୋଧରେ ଆମେ ବହୁତ ଲଢ଼େଇ କରିଥିଲୁ। ଭିତ୍ତିହୀନ ଓ ପ୍ରତିଶୋଧମୂଳକ ମାମଲାରେ ଆଜି ବିଜେପିର ଇଡି ୧୫ ଘଣ୍ଟା ଧରି ମୋ’ ଝିଅ, ନାତି ଏବଂ ଗର୍ଭବତୀ ବୋହୂକୁ ବସେଇ ରଖିଛି। ଏତେ ନିମସ୍ତରକୁ ଖସିଯାଇ ବିଜେପି ଆମ ସହିତ ରାଜନୈତିକ ଲଢ଼େଇ ଲଢ଼ିବ କି ବୋଲି ଲାଲୁ ପ୍ରଶ୍ନ କରିଛନ୍ତି। ସଂଘ ଏବଂ ବିଜେପି ବିରୋଧରେ ମୋର ବିଚାରଗତ ଲଢ଼େଇ ଜାରି ରହିଛି ଏବଂ ରହିବ। ମୁଁ ସେମାନଙ୍କ ସାମ୍ନାରେ ମୁଁ କେବେ ନଇଁନାହିଁ। ଏବଂ ମୋ ପରିବାର ଓ ଦଳର କୌଣସି ସଦସ୍ୟ ଆପଣଙ୍କ ରାଜନୀତି ଆଗରେ ନତମସ୍ତକ ହେବେ ନାହିଁ ବୋଲି ଲାଲୁ ପ୍ରସାଦ ଯାଦବ ଟ୍ବିଟ୍ କରିଛନ୍ତି।
