ଭୁବନେଶ୍ୱର : ରାଜ୍ୟରେ ଶୀତଲହରି ଅସମ୍ଭାଳ ରୂପ ନେଲାଣି । କେତେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଲାଣି । କୋରାପୁଟର ସେମିଳିଗୁଡା ସବୁଠୁ ଥଣ୍ଡା ସହର ଭାବେ ବିବେଚିତ ହୋଇଛି । ଏଠାକାର ରାତିର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଜି.ଉଦୟଗିରିରେ ୯ ଡିଗ୍ରୀ ରହିଛି ।
ସେହିପରି ସୁନ୍ଦରଗଡ଼ କିରେଇରେ ୯.୪ ଡିଗ୍ରୀ, ଫୁଲବାଣୀରେ ୯.୫, ସମ୍ବଲପୁର ଚିପିଲିମାରେ ୯.୮, କେନ୍ଦୁଝର ଓ ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଆଗାମୀ ଦିନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ଏପରିକି ଭୋର ସମୟରେ ଘନ କୁହୁଡ଼ି ପଡ଼ିବାର ମଧ୍ୟ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।