କେନ୍ଦୁପତ୍ର ଉପରୁ ‘ଜିଏସ୍‌ଟି’ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବ ର,୨୬/୧୧: କେନ୍ଦୁପତ୍ର ଉପରୁ ‘ଜିଏସ୍‌ଟି’ ପ୍ରତ୍ୟାହାର କରିନେବା ପାଇଁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖିଛନ୍ତି।

‘ମାଇନର୍‌ ଫରେଷ୍ଟ୍‌ ପ୍ରଡକ୍ଟ୍‌’ (ଏମ୍‌ଏଫ୍‌ପି) (ଲଘୁ ବନଜାତ ସାମଗ୍ରୀ) କେନ୍ଦୁପତ୍ର ହେଉଛି ଓଡ଼ିଶାର ପ୍ରାୟ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ ସାମୟିକ ଶ୍ରମିକମାନଙ୍କର ଆର୍ଥିକ ମେରୁଦଣ୍ଡ। ବିଶେଷତଃ ଆଦିବାସୀ ତଥା ସମାଜର ଦରିଦ୍ରରୁ ଦରିଦ୍ରତମ ସମ୍ପ୍ରଦାୟ କେନ୍ଦୁପତ୍ର ତୋଳି ଚଳନ୍ତି। ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ରେକଗ୍‌ନିସନ୍‌ ଅଫ୍‌ ଫରେଷ୍ଟ୍‌ ରାଇଟ୍‌ସ୍‌) ଆଇନ ୨୦୦୬ ଅନୁସାରେ ନିଜସ୍ବ ଅଧିକାରର ଅଂଶଭାବେ ଆଦିବାସୀ ‌ଜନତା କେନ୍ଦୁପତ୍ର ତୋଳନ୍ତି। ସେମାନଙ୍କର ଏହି ଉତ୍ପାଦ ଯୋଗାଡ଼ କରି ବିକ୍ରି କରିବା ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ୧୮% ‘ଜିଏସ୍‌ଟି’ ଲାଗୁ ହେବା ଯୋଗୁଁ କେନ୍ଦୁପତ୍ର ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ପ୍ରକାରାନ୍ତରେ ଏହା କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସାମୟିକ ଶ୍ରମିକମାନଙ୍କ ଜୀବିକାକୁ ପ୍ରଭାବିତ କରୁଛି।

SBI_Festive_Digital Billboard