ଭୁବନେଶ୍ୱର, ୧୮/୦୨ : ପୋଲ ଉପରୁ ଡେଇଁ ଜୀବନ ହାରିଲେ ମହିଳା । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ମହାନଦୀ ପୋଲ ଉପରୁ ଡେଇଁ ଜୀବନ ହାରିଲେ ମହିଳା । ମୃତ ମହିଳା ବୁର୍ଲା ଅଞ୍ଚଳର ଅଞ୍ଜୁ କୁମ୍ଭାର । ହଠାତ ଅଞ୍ଜୁ ମହାନଦୀ ସେତୁ ଉପରକୁ ଚଢିଥିଲେ। ଏହାକୁ ଦେଖି ରାସ୍ତାରେ ଯାଉଥିବା ଲୋକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କାହା କଥା ଶୁଣି ନଥିଲେ ଅଞ୍ଜୁ । ଫୋନରେ କାହା ସହ କଥା ହୋଇ ପୋଲ ତଳକୁ ଡେଇଁ ପଡ଼ିଥିଲେ ଅଞ୍ଜୁ । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରୁ ଅଞ୍ଜୁଙ୍କୁ ଗୁରୁତର ଭାବେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ପାଇଁ ଅଞ୍ଜୁ ଜୀବନ ହାରିଛନ୍ତି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସର ଅଞ୍ଜୁଙ୍କ ଜୀବନ ହାରିବା ଘଟଣାକୁ ନେଇ ଛାନଭିନ ଆରମ୍ଭ କରିଛି ।