ରକ୍ତଚାପ ଯାଞ୍ଚ୍ କରୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ, ଅନେକ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି

ଆଠମଲିକ, ୫/୭ : ଶନିବାର ଅନୁଗୋଳ ଜିଲ୍ଲା ଆଠମଲିକ ଠାକୁରଗଡ଼ ଅଞ୍ଚଳର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାସ କରିଛି । ଠାକୁରଗଡ଼ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖିଛି ପ୍ରଶାସନ ।

ସୂଚନାନୁସାରେ, ଶନିବାର ସ୍ୱାସ୍ଥ୍ୟକେନ୍ଦ୍ରରେ କାମ କରୁଥିବା ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ରିପୋର୍ଟ ପଜିଚିଭ୍ ଆସିଥିଲା । ଏହାପରେ ପ୍ରଶାସନ ତୁରନ୍ତ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଇଛି । ଏହାସହ ଡାକ୍ତରଖାନାକୁ ବିଶୋଧନ କରାଯାଇଛି ।

ତେବେ ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । କାରଣ କରେନା ପଜିଟିଭି ହେଇଥିବା ସ୍ୱାସ୍ଥ୍ୟ କର୍ମୀ ଜଣକ ବହୁ ଲେକଙ୍କ ରକ୍ତ ଚାପ ଚେକ୍ କରିବା ସହ ଅଞ୍ଚଳରେ ମିଳାମିଶା କରିଥିଲେ । ଯାହାକୁ ନେଇ ଅଞ୍ଚଳରେ ଅନ୍ୟମାନଙ୍କର କରେନା ଟେଷ୍ଟ କରାଯାଉ ବୋଲି ଦାବି ହେଉଛି ।