ପୋଷ୍ୟ କୁକୁରର ଗୋଦଭରାଇ କଲେ ମାଲିକାଣୀ

ଜଣେ ମହିଳା ନିଜ ପୋଷ୍ୟ କୁକୁରର ଗୋଦ୍ଭରାଇ (ଯାହାକୁ ଆମେ ଓଡ଼ିଶାରେ ଶାଦ ବୋଲି ଜାଣନ୍ତି) କରି ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି । ମହିଳା ଜଣକ ନିଜ କୁକୁରର ଏପରି ଗୋଦଭରାଇ ପାଳନ କରିଛନ୍ତି, କିଛି ମଣିଷଙ୍କ କ୍ଷେତ୍ରରେ ବି ଏପରି ହୋଇନଥାଏ । ମହିଳା ଜଣକ ତାଙ୍କ କୁକୁରକୁ ସଜ କରାଇ ବସାଇଥିବା ବେଳେ କୁକୁରଟିକୁ ବନ୍ଦାପନା କରୁଥିବାର ଭିଡିଓରେ ନଜର ଆସିଛି ।

ଏହା ସହ ତାଙ୍କ ଚାରିପାଖରେ ଫଳମୂଳ ଓ ବିଭିନ୍ନ ପ୍ରକାରର ଖାଇବା ସାମଗ୍ରୀ ଥୁଆ ହୋଇଥିବାର ଦୃଶ୍ୟମାନ ହୋଇଛି । ଏହି ଭିଡିଓଟି ଇନଷ୍ଟ୍ରାଗ୍ରାମରେ ସେୟାର ହେବା ପରେ ଏଥିରେ ୫ ମିଲିୟନ୍ ଭିୟୁ ହୋଇ ସାରିଲାଣି । ଏହାକୁ ଇନଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି କୁକୁରର ମାଲିକାଣୀ ସୁଜାତା ଭରାଥୀ । ମହିଳା ଜଣକ ତାଙ୍କ କୁକୁରକୁ ନୂଆ ପୋଷାକ ପିନ୍ଧାଇଥିବା ବେଳେ ତାଙ୍କ ବେକରେ ଫୁଲମାଳା ପକେଇଛନ୍ତି ।

 

View this post on Instagram

 

A post shared by Sujatha Bharathi (@suja_housemate)

ସେ ତାଙ୍କ କୁକୁର ଭଲପାଉଥିବା ବିଭିନ୍ନ ପ୍ରକାରର ଖାଦ୍ୟ ସେଠାରେ ଥୋଇ ଥିବାର ଭିଡିଓରେ ଦେଖିବାକୁ ମିଳିଛି । ମହିଳା ଜଣକ ଭିଡିଓଟିକୁ ସେୟାର କରି ଲେଖିଛନ୍ତି, ‘ବେବି ସାୱାର ଅଫ୍ ମାଇଁ କ୍ୟୁଟି’ । ଏହି ଭିଡିଓଟିକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ବି ଖୁବ୍ ପସନ୍ଦ କରିଛନ୍ତି । କୁକୁର ପ୍ରତି ଥିବା ଏପରି ଭଲପାଇବା ପାଇଁ ମହିଳାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଖୁବ୍ ପ୍ରଶଂସା କରିଛନ୍ତି ।

SBI AD