ଭୁବନେଶ୍ୱର, ୧୦/୦୮ : ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଛି । ଗୋଟିଏ ଗ୍ରାଉଣ୍ଡରେ ଏକାଠି ହେବେ ୧୭ଟି ଦେଶର ୨୨୫ ପ୍ରତିଯୋଗୀ । ମୋଟ ୧୯ଟି ଇଭେଣ୍ଟରେ ହେବ ପ୍ରତିଦ୍ବନ୍ଦ୍ବିତା । ଓଡି଼ଶାରେ ଆସି ପହଞ୍ଚିଛନ୍ତି ଦେଶ ବିଦେଶର ଖେଳାଳି । ୨୦୧୭ ଏସିଆନ ଆଥଲେଟିକ୍ସର ସଫଳ ଆୟୋଜନ ପରେ ଓଡିଶାରେ ଟ୍ରାକ ଆଣ୍ଡ ଫିଲଡର ଏହା ଦ୍ଵିତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା । ୯୩ଜଣ ଭାରତୀୟ ଆଥଲେଟ ବିଭିନ୍ନ ଇଭେଣ୍ଟରେ ଭାଗ ନେଇଛନ୍ତି ।