ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦକ୍ଷିଣ ପୂର୍ବ ବ୍ରାଜିଲର ଦୁଇଟି ବିଦ୍ୟାଳୟରେ ଜଣେ ଦୃର୍ବୁତ୍ତ ଗୁଳି ଚଳାଇବାରୁ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବକ ସେମି ଅଟୋମେଟିକ୍ ପିସ୍ତଲ ଏବଂ ବୁଲେଟପ୍ରୁଫ୍ ପୋଷାକ ପିନ୍ଧି ବିଦ୍ୟାଳୟରେ ପ୍ରବେଶ କରି ଗୁଳି ଚଳାଇବା ଆରମ୍ଭ କରିଥିଲା। ଗୁଳି ବିନିମୟରେ ଦୁଇ ଶିକ୍ଷକ ଏବଂ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ବିଦ୍ୟାଳୟରେ ଉପସ୍ଥିତ ୧୧ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ତେବେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ପୋଲିସର ସୂଚନା ଅନୁଯାୟୀଏସପିରିଟୋ ସାଣ୍ଟୋ ରାଜ୍ୟର ଛୋଟ ସହର ଆରାକ୍ରୁଜ୍ ରାସ୍ତାକଡରେ ଅବସ୍ଥିତ ଥିବା ପ୍ରାଥମିକ ଓ ମଧ୍ୟମ ବିଦ୍ୟାଳୟ ଏବଂ ଏକ ଘରୋଇ ବିଦ୍ୟାଳୟରେ ଏହି ଗୁଳି ବିନିମୟ ହୋଇଛି। ଏହି ଘଟଣାକୁ ନେଇ ସେଠାକାର ରାଜ୍ୟପାଳ ରେନାଟୋ କାସାଗ୍ରାଣ୍ଡେ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଚାଲିଛି । ଏଥିସହିତ ସନ୍ଦିଗ୍ଧ ସୁଟରକୁ ମଧ୍ୟ ଗିରଫ କରାଯାଇଛି।
