ବିଶ୍ୱରେ ୨ କୋଟି ୭୦ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ , ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୮୩ ହଜାର ୧୦ ଜଣ

ନୂଆଦିଲ୍ଲୀ,୬ /୯ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ୨ କୋଟି ୭୦ ଲକ୍ଷ ୪୭ ହଜାର ୬୩ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୮୩ ହଜାର ୧୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧ କୋଟି ୯୧ ଲକ୍ଷ ୪୭ ହଜାର ୭୯୫ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଲକ୍ଷ ୧୬ ହଜାର ୨୫୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୮୪୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।