ବିଶ୍ୱରେ ୧୦ଟି ଦେଶରେ ରହିଛି ସବୁଠୁ ଅଧିକ ସୁନା

ନୂଆଦିଲ୍ଲୀ, ୬/୧୦: ଦୁନିଆର ସବୁ ଦେଶ ନିଜ ଭଣ୍ଡାରରେ ଅଧିକରୁ ଅଧିକ ରଖିବାକୁ ଚେଷ୍ଟା କରିଥାନ୍ତି । କରୋନା ଭାଇରସର ମହାମାରୀ ସମୟରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ନିଜର ସୁନା ରଖିବା କ୍ଷମତା ବୃଦ୍ଧି କରିଚାଲିଛି । ସୁନା କିଣାବିକାର ଟ୍ରେଡ୍‌ ପୁରା ବର୍ଷ ତମାମ ଦେଖିବାକୁ ମିଳୁଛି । କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ରିଜର୍ଭ ମ୍ୟାନେଜମ୍ୟାଣ୍ଟେରେ ସୁନା ପ୍ରମୁଖ ଭୂମିକା ଗ୍ରହଣ କରାଥାଏ ।

ପ୍ରତି ଦେଶ ନିଜ ପାଖରେ ସୁନାର ଭଣ୍ଡାର ବା ସୁନା ରିଜର୍ଭ ରଖିଥାନ୍ତି । ଏହି ସୁନାର ଭଣ୍ଡାର ପ୍ରତି ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିକଟରେ ରହିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଗଚ୍ଛିତ ଥିବା ସୁନାକୁ ଦେଶରେ ସଙ୍କଟ ସମୟରେ ବା ବିତ୍ତୀୟ ସୁରକ୍ଷା ପାଇଁ ବ୍ୟବହାର କରିଥାନ୍ତି ।

କରୋନା ସମୟରେ ସୁନାର ଦାମ୍‌ ୫୫ହଜାର ନିକଟରେ ପହଞ୍ଚିଥିଲା । ତେବେ ଆସନ୍ତୁ ଜାଣିବା World Gold Councilର ରିପୋର୍ଟ ଅନୁସାରେ ଭାରତ ଓ ବିଶ୍ୱର କେଉଁ ଦେଶମାନଙ୍କ ନିକଟରେ ସବୁଠାରୁ ଅଧିକ ସୁନାର ଭଣ୍ଡାର ରହିଛି ।

ଆମେରିକା : ସୁନା ଗଚ୍ଛିତ ରଖିବା ମାମଲାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ପୁରା ବିଶ୍ୱରେ ସବୁଠାରୁ ଅଧିକ ସୁନା ରଖିଥିବା ଦେଶ ଆମେରିକା ରହିଛି । World Gold Council ଅନୁସାରେ , ଆମେରିକା ନିକଟରେ ୮,୧୩୩.୫ ମେଟ୍ରିକ ଟନ୍‌ ସୁନା ରହିଛି । ଏହା ତାର ମୋଟ ବିଦେଶ ମୁଦ୍ରା ଭଣ୍ଡାରର ୭୯,୧ ପ୍ରତିଶତ ।

ଜର୍ମାନୀ :ସୁନା ଗଚ୍ଛିତ ରଖିବା ମାମଲାରେ ଜର୍ମାନୀ ୨ୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଜର୍ମାନୀ ନିକଟରେ ୩,୩୬୩.୬ ମେଟ୍ରିକ ଟନ୍‌ ରହିଛି । ଏହା ତାର ମୋଟ ବିଦେଶ ମୁଦ୍ରା ଭଣ୍ଡାରର ୭୫ ପ୍ରତିଶତ । ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଜର୍ମାନୀ ନିକଟରେ ସବୁଠାରୁ ଅଧିକ ସୁନା ରହିଛି ।

ଇଟାଲୀ : ସୁନା ଗଚ୍ଛିତ ରଖିବା ମାମଲାରେ ଇଟାଲି ବିଶ୍ୱର ତୃତୀୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଇଟାଲି ନିକଟରେ ୨,୪୫୧.୮ ମେଟ୍ରିକ ଟନ୍‌ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୭୦.୫ ପ୍ରତିଶତ ରହିଛି । ଇଟାଲି ୟୁରୋପୀୟ ଦେଶମାନଙ୍କରେ ଜର୍ମାନୀ ପର ୨ୟ ସ୍ଥାନରେ ରହିଛି । ଯାହା ନିକଟରେ ଏତେ ପରିମାଣର ସୁନା ଗଚ୍ଛିତ ରହିଛି ।

ଫ୍ରାନ୍ସ : ସୁନା ଗଚ୍ଛିତ ରଖିବା ମାମଲାରେ ଫ୍ରାନ୍ସ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ଏହି ଦେଶ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସୁନା ରଖିବା ମାମଲାରେ ତୃତୀୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଫ୍ରାନ୍ସ ନିକଟରେ ୨,୪୩୬ ମେଟ୍ରିକ ଟନ୍‌ ରହିଛି । ଯାହାକି ଏହି ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରର ୬୫ପ୍ରତିଶତ ଅଟେ ।

ଋଷ୍ : କ୍ଷେତ୍ରଫଳ ହିସାବରେ ଦୁନିଆର ସବୁଠାରୁ ବଡ ଦେଶ ଋଷ୍ । ଏହି ଦେଶ ସୁନା ଗଚ୍ଛିତ ରଖିବା ମାମଲାରେ ପଞ୍ଚମ ସ୍ଥାନରେ ରହିଛି । World Gold Council ଅନୁସାରେ, ଋଷ୍ ନିକଟରେ ୧୦୪୦ ମେଟ୍ରିକ ଟନ୍‌ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୬.୭ ପ୍ରତିଶତ ଅଟେ ।

ଚୀନ୍‌ : ସୁନା ଗଚ୍ଛିତ ରଖିବା ମାମଲାରେ ଭାରତର ପଡୋଶୀ ଦେଶ ଚୀନ୍‌ ଷଷ୍ଠ ତମ ସ୍ଥାନରେ ରହିଛି । World Gold Council ଅନୁସାରେ, ଚୀନ୍‌ ନିକଟରେ ୧୯୪୮,୩ ମେଟ୍ରିକ ଟନ୍‌ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ର ଭଣ୍ଡାରର ୩.୩ ପ୍ରତିଶତ ଅଟେ ।

ସ୍ୱିଜରଲ୍ୟାଣ୍ଡ : ସୁନା ଗଚ୍ଛିତ ରଖିବା ମାମଲାରେ ସ୍ୱିଜରଲ୍ୟାଣ୍ଡ ୭ତମ ସ୍ଥାନରେ ରହିଛି । World Gold Council ଅନୁସାରେ,ସ୍ୱିଜରଲ୍ୟାଣ୍ଡ ନିକଟରେ ୧,୦୪୦ ମେଟ୍ରିକ ଟନ୍‌ ସୁନା ରହିଛି। ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୬.୭ ପ୍ରତିଶଥ ଅଟେ ।

ଜାପାନ : ଜାପାନ ସୁନା ଗଚ୍ଛିତ ରଖିବା ମାମଲାରେ ବିଶ୍ୱରେ ୮ମ ସ୍ଥାନରେ ରହିଛି । World Gold Council ଅନୁସାରେ, ଜାପାନ ନିକଟରେ ୭୬୫,୨ ମେଟ୍ରିକ ଟନ୍‌ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୩.୧ ପ୍ରତିଶତ ରହିଛି।

ଭାରତ : ଗୋଟିଏ ସମୟରେ ଭାରତକୁ ସୁନାର ଚଢେଇ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନର ସମୟରେ ଭାରତ ନିକଟରେ କେବଳ ୬୫୩ ମେଟ୍ରିକ ଟନ୍‌ ସୁନା ରହିଛି ।ଏହା ସହିତ ସୁନା ଗଚ୍ଛିତ ରଖିବା ତାଲିକାରେ ଭାରତ ୯ମ ସ୍ଥାନରେ ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୭.୪ ପ୍ରତିଶତ ଅଟେ ।

ନେଦରଲ୍ୟାଣ୍ଡ :ସୁନା ଗଚ୍ଛିତ ରଖିବା ମାମଲାରେ ନେଦରଲ୍ୟାଣ୍ଡ ବିଶ୍ୱରେ ୧୦ତମ ସ୍ଥାନ ରହିଛି । World Gold Council ଅନୁସାରେ, ନେଦରଲ୍ୟାଣ୍ଡ ନିକଟରେ ୬୧୨.୫ ମେଟ୍ରିକ ଟନ୍‌ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାର ୭୧.୫ ପ୍ରତିଶତ ଅଟେ ।