ଭୁବନେଶ୍ୱର, ୨୮/୦୭ : ଜର୍ମାନୀର ରାଇନ-ରୁହରରେ ଚାଲିଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଉଦଯାପିତ ହୋଇଛି। ଏଥିରେ ଭାରତ ମୋଟ ୧୨ଟି ପଦକ ହାସଲ କରିଥିବା ବେଳେ କେବଳ କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିଛି ୫ଟି ପଦକ। କିଟ୍ ବିଶ୍ୱବିଦ୍ୟାଳୟ ଖେଳାଳିମାନେ ସର୍ବାଧିକ ପଦକ ଜିତି ଭାରତକୁ ବିଶ୍ୱସ୍ତରରେ ଗର୍ବିତ କରିଛନ୍ତି । ଶେଷଦିନର ଇଭେଣ୍ଟରେ କିଟ୍ ଖେଳାଳିମାନେ ୩ ରୌପ୍ୟ ଓ ୨ କାଂସ୍ୟ ମୋଟ ୫ ପଦକ ହାସଲ କରି ଭାରତର ସାମଗ୍ରିକ ପଦକ ସଂଖ୍ୟାକୁ ୧୨ରେ ପହଞ୍ଚାଇଛନ୍ତି। ଏହା ସହ ବିଶ୍ୱସ୍ତରରେ ଭାରତ ୨୦ ତମ ସ୍ଥାନରେ ସୁରକ୍ଷିତ ରହିଛି। କିଟ ବିଶ୍ୱବିଦ୍ୟାଳୟର ଅଙ୍କିତା ୩ହଜାର ମିଟର ଷ୍ଟିପ୍ଲେଚେଜ୍ରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରବୀଣ ଚିତ୍ରାଭେଲ ଟ୍ରିପଲ୍ ଜମ୍ପରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି କିଟ୍ ଛାତ୍ରୀ ସୀମା ମଧ୍ୟ ୫ହଜାର ମିଟର ଦୌଡ଼ ଫାଇନାଲରେ ଉନ୍ନତ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲେ।
ପୁରୁଷ ୪ଗୁଣା ୧୦୦ ମିଟର ରିଲେରେ ମଣିକାନ୍ତ ହୋବଲିଧର, ଅନିମେଶ କୁଜୁର, ଲାଲୁ ପ୍ରସାଦ ଭୋଇ ଏବଂ ମୃତ୍ୟମ୍ ଜୟରାମ ଦଣ୍ଡପତି ବ୍ରୋଞ୍ଜ ପଦକ ଜିତି କିଟ୍ରଟ କ୍ରୀଡ଼ା ପ୍ରତିଭାକୁ ପ୍ରମାଣିତ କରିଥିଲେ। ସେହିପରି ମହିଳା ୨୦ କିଲୋମିଟର ରେସ୍ ୱାକ୍ ଦଳଗତ ଇଭେଣ୍ଟରେ କିଟର ମୁନିତାପ ରାଜପତି, ମାନସୀ ନେଗି ଏବଂ ସେଜଲ ଅନିଲସିଂହ ଦଳଗତ ମନୋଭାବ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ।
କିଟ ବିଶ୍ୱବିଦ୍ୟାଳୟ ମୋଟ ୬ଟି ବିଭାଗ ଦୌଡ଼କୁଦ, ତୀରନ୍ଦାଜୀ, ବ୍ୟାଡମିଣ୍ଟନ, ଟେନିସ୍, ଟେବୁଲ୍ ଟେନିସ୍ ଓ ଭଲିବଲ୍ରେ ଅଂଶଗ୍ରହଣ କରିଥିଲା। କିଟ୍ ଖେଳାଳିଙ୍କ ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି, ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମୋଟ ୧୨ଟି ପଦକ ହାସଲ କରିଥିବା ବେଳେ କିଟ୍ ସର୍ବାଧିକ ୫ଟି ପଦକ ହାସଲ କରିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଅବସରରେ ସେ ଭାରତୀୟ କ୍ରୀଡ଼ାବିତ, ପ୍ରଶିକ୍ଷକ, ଓଡ଼ିଶା କ୍ରୀଡ଼ା ଏବଂ ଯୁବ ସେବା ବିଭାଗ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି। ସମସ୍ତଙ୍କର ମିଳିତ ପ୍ରୟାସ ଏହି ଉଲ୍ଲେଖନୀୟ ସଫଳତାକୁ ସମ୍ଭବ କରିଛି ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଭାରତୀୟ ଦଳରେ ୩ଶହରୁ ଅଧିକ ଖେଳାଳି ୧୪ଟି ବିଭିନ୍ନ ବିଭାଗକୁ ପ୍ରତିନିଧିତ୍ୱ କରୁଥିଲେ। ସେମାନଙ୍କ ସହ ୧୦୦ ଅଧିକାରୀ ମଧ୍ୟ ସାମିଲ ଥିଲେ। ଓଡ଼ିଶାରୁ ୪୨ ଜଣ ଖେଳାଳି ଭାରତକୁ ପ୍ରତିନିଧିତ୍ୱ କରିଥିବା ବେଳେ କେବଳ କିଟ୍ରୁୁ ୪୦ଜଣ ଖେଳାଳି ଏଥିରେ ସାମିଲ୍ ଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ କିଟ୍ରକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରଶିକ୍ଷକଙ୍କ ଦ୍ୱାରା କିଟ୍ରେଜ ତାଲିମ।
