ମହାକାଳପଡ଼ା,୮ /୩ : ମହାକାଳପଡ଼ା ବ୍ଲକ ଜୀବିକା ମିଶନ ତରଫରୁ ସ୍ଥାନୀୟ ବ୍ଲକର ୩୧ ପଂଚାୟତର ମହିଳା ମହାସଂଘ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଜୀବିକା ମିଶନର ପ୍ରକଳ୍ପ ଅଧିକାରିଣୀ ସଂମ୍ପନ୍ନl ପତି ବଡକୁଳ ପଂଚାୟତ ମହିଳା ମହାସଂଘ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହି କରୋନା ମହାମାରୀ ସମୟରେ କାର୍ଯ୍ୟ କରିଥିବା କୃତୀ ମହିଳା ଗୋଷ୍ଠୀ ଓ କୃତୀ ଆଶା କର୍ମୀ ଓ ଅଙ୍ଗନ ୱାଡି କର୍ମୀ ମାନଙ୍କୁ ପୁରସ୍କୃତ କରିଥିଲେ l ସେହିଭାବେ ବ୍ଲକ ଅଧିନସ୍ଥ ସମସ୍ତ ମହାସଂଘ କାର୍ଯ୍ୟାଳୟ ପରିସରରେ ମହାସଂଘର କର୍ମ କର୍ତ୍ତା ଓ ଜୀବିକା ମିଶନର କର୍ମଚାରୀମାନେ ଉପସ୍ଥିତ ରହି ବିଶ୍ୱ ମହିଳା ଦିବସ ପାଳନ କରିଛନ୍ତି l ପଂଚାୟତ ଗୁଡିକରେ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଃସହାୟ ବୃଦ୍ଧ, ବୃଦ୍ଧା, ତଥା ବାହାରୁ ଆସି ଜୀବିକା ନେଇ ଅଟକି ଯାଇଥିବା ବ୍ୟକ୍ତି ଓ କ୍ଵାରେଣ୍ଟାଇନ କେନ୍ଦ୍ରରେ ସେବା ପ୍ରଦାନ କରିଥିବl କୃତୀ ମହିଳା ମାନଙ୍କୁ ପୁରସ୍କୃତ କରାଯାଇଛି l ସର୍ବୋପରି ପ୍ରତ୍ୟେକ ପଂଚାୟତରୁ ୨ ଜଣ ଲେଖାଏଁ ଆଶା କର୍ମୀ ଓ ଫ୍ରିକିଚେନଯୋଗାଇ ଥିବା ମହିଳା ମାନଙ୍କୁ ମହିଳା ଦିବସରେ ଗୁରତ୍ୱ ଦେଇଛି ଜୀବିକା ମିଶନ l ଆଗାମୀ ଦିନରେ ବିପର୍ଯ୍ୟୟ ସମୟରେ କିପରି ମହିଳାମାନେ ଉପଯୁକ୍ତ ସେବା ଯୋଗାଇଦେବାରେ ସହାୟକ ହେବେ ଉତ୍ସାହ ବୃଦ୍ଧି ନେଇ ପୁରସ୍କାର ପ୍ରଦାନ କରାଯାଇଛି l