ଖରାଦିନ ଆସିଲେ ତ୍ୱଚା ଉପରେ ପ୍ରଥମେ ବ୍ରଣ ସମସ୍ୟା ହିଁ ବାହାରିଥାଏ, ଯାହାର କାରଣ ହେଉଛି ପ୍ରବଳ ଗରମ ଏବଂ ଝାଳ । ନିଜ ସ୍କିନ୍କୁ ସୁରକ୍ଷିତ ରଖିବା ପାଇଁ ମହିଳାମାନେ ଖରାଦିନେ ସନସ୍କ୍ରୀନ୍ ଆଦି ବ୍ୟବହାର କରିଥାଆନ୍ତି । କିନ୍ତୁ ଏହା ସତ୍ତ୍ୱେ କୌଣସି ପ୍ରଭାବ ପଡ଼ି ନ ଥାଏ । ଏମିତିରେ ଯଦି ଆପଣ ବି ଏହି ଦିନେ ବ୍ରଣ, ଟ୍ୟାନିଂ ଆଦି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତା’ହେଲେ ଆମେ ଆପଣଙ୍କ ପାଇଁ ଏମିତି କିଛି ଜିନିଷ ନେଇକି ଆସିଛୁ, ଯଦ୍ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିପାରିବ ।
ଗ୍ରୀଷ୍ମ ଋତୁରେ ପିଜୁଳି ବହୁତ ଲାଭଦାୟକ ହୋଇଥାଏ । ସେହିପରି ଏହାର ପତ୍ର ମଧ୍ୟ ବହୁତ ଉପକାରୀ ବୋଲି ଜଣାଯାଏ । ପିଜୁଳି ପତ୍ରରେ ଆଣ୍ଟି ମାଇକ୍ରୋବିୟଲ ଆକ୍ସନ ହୋଇଥାଏ । କାହିଁକି ନା, ଏଥିରେ ଗ୍ୟାଲିକ ଏସିଡ୍, ଏସ୍କୋର୍ବିକ ଏସିଡ, କାରୋଟେନାଇଡ୍ସ ଭଳି ଆକ୍ଟିଭ ଇନ୍ଗ୍ରୀଡିଏଣ୍ଟସ୍ ମହଜୁଦ ଥାଏ, ଯାହାକି ସ୍କିନ୍ ଇନ୍ଫେକ୍ସନ ଏବଂ ଜ୍ୱଳନ ଆଦିକୁ ଠିକ୍ କରିପାରିଥାଏ । ଆଜି ଆମେ ପିଜୁଳି ପତ୍ରର ଫେସ୍ ପ୍ୟାକ୍ ପ୍ରସ୍ତୁତି ବିଷୟରେ କହିବୁ ।
ଆବଶ୍ୟକ ସାମଗ୍ରୀ
ପ୍ରଥମେ କଅଁଳ ପିଜୁଳି ପତ୍ର ନିଅନ୍ତୁ ।
-ଏହାକୁ ଭଲ ଭାବେ ସଫା କରି ନିଅନ୍ତୁ ।
-ଏଥିରେ ଅଳ୍ପ ପାଣି ଦେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ଲଗାଇବା ବିଧି : ଏହାକୁ ଲଗାଇବା ପାଇଁ ପ୍ରଥମେ ଚେହେରାକୁ ନଖଉଷୁମ ପାଣି ଅଥବା ମାଇଲ୍ଡ କ୍ଲିଞ୍ଜରରେ ଧୁଅନ୍ତୁ । ନଚେତ୍ ଆପଣ ନିଜ ଚେହେରାକୁ ୫ ମିନିଟ୍ ପାଇଁ ଷ୍ଟିମ୍ ମଧ୍ୟ ଦେଇପାରିବେ, ଯାହାଫଳରେ କି, ଲୋମକୂପ ଖୋଲିଯିବ । ଏବେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ । ପେଷ୍ଟ ଶୁଖିଯିବା ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।